ଏସିଆ କପ୍ ଟାଇଟଲ ବିଜେତା ଭାରତୀୟ ଜୁନିଅର ମହିଳା ହକି ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ଏସିଆ କପ୍ ବିଜେତା ଭାରତୀୟ ଜୁନିଅର ମହିଳା ହକି ଟିମକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଟିମର ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପକୁ ସେ ପ୍ରଶଂସା କରିଥିଲେ ।

ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି: “ଏସିଆ କପ୍ ଟାଇଟଲ ବିଜୟୀ ହୋଇଥିବାରୁ ଭାରତୀୟ ଜୁନିଅର ମହିଳା ହକି ଟିମକୁ ଅଭିନନ୍ଦନ । ଦଳ ଅତ୍ୟଧିକ ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପ ପ୍ରଦର୍ଶନ କରିଛନ୍ତି । ଏହି ସଫଳତା ବିଶେଷ କରି ଯୁବଗୋଷ୍ଠୀଙ୍କ ମନରେ ହକି ପ୍ରତି ଅପାର ଉତ୍ସାହକୁ ମଧ୍ୟ ବଢ଼ାଇଛି । ଭବିଷ୍ୟତର ଉଦ୍ୟମ ପାଇଁ ଟିମକୁ ମୋର ଅଶେଷ ଶୁଭେଚ୍ଛା ।”