ହିମାଚଳ ପ୍ରଦେଶର ଉନାଠାରେ ଫାର୍ମା, ଶିକ୍ଷା ଏବଂ ଯୋଗାଯୋଗ ସମ୍ବନ୍ଧୀୟ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ଭାରତ ମାତା କୀ – ଜୟ
ଭାରତ ମାତା କୀ – ଜୟ
ଭାରତ ମାତା କୀ – ଜୟ
ସାଥୀଗଣ,
ଗୁରୁ ନାନକ ଜୀଙ୍କୁ ସ୍ମରଣ କରି, ଗୁରୁମାନଙ୍କର ସ୍ମରଣ କରି, ଆଜି ମାଁ ଚିନ୍ତପୂର୍ଣ୍ଣୀଙ୍କ ଚରଣରେ ପ୍ରଣାମ କରି, ଧନତେରସ ଏବଂ ଦୀପାବଳୀ ପୂର୍ବରୁ ହିମାଚଳକୁ ହଜାର ହଜାର ହଜାର କୋଟି ଟଙ୍କାର ଉପହାର ଦେବା ଅବସରରେ ମୋତେ ଖୁସି ଓ ଆନନ୍ଦ ଲାଗୁଛି। ଆଜି ଊନାରେ, ହିମାଚଳରେ ଦିୱାଲୀ, ସମୟ ପୂର୍ବରୁ ମଧ୍ୟ ଆସି ଯାଇଛି। ଏଠାରେ ଏତେ ବଡ଼ ସଂଖ୍ୟାରେ ଦେବୀ ସ୍ୱରୂପା ଆମର ମାଆ- ଭଉଣୀ ଆମକୁ ଆଶୀର୍ବାଦ ଦେବାକୁ ଆସିଛନ୍ତି। ଆପଣ ସମସ୍ତଙ୍କର ଏହି ଆଶୀର୍ବାଦ ଆମ ସମସ୍ତଙ୍କ ପାଇଁ ହେଉଛି ବହୁତ ବଡ଼ ସମ୍ପତି, ହେଉଛି ବହୁତ ବଡ଼ ଶକ୍ତି।
ଭାଇ ଓ ଭଉଣୀମାନେ,
ମୁଁ ଏଠାରେ ଏତେ ଦୀର୍ଘ ସମୟ ଅତିବାହିତ କରିଛି, ଯେତେବେଳେ ମଧ୍ୟ ଊନା ଆସୁଛି, ପୂର୍ବ ଦିନର ସ୍ମୃତି ଆଖି ସାମ୍ନାକୁ ହିଁ ଆସି ଯାଉଛି। ଏହା ମୋର ସୌଭାଗ୍ୟ ରହିଛି ଯେ ଅନେକ ଥର ମାଁ ଚିନ୍ତପୂର୍ଣ୍ଣୀ ଦେବୀଙ୍କ ସାମ୍ନାରେ ପ୍ରଣାମ କରି ଆଶୀର୍ବାଦ ପ୍ରାପ୍ତ କରିବାର ସୌଭାଗ୍ୟ ମିଳିଛି। ଏଠାକାର ଆଖୁ ଏବଂ କନ୍ଦ ବା ଗଣ୍ଡୟାଲୀର ସ୍ୱାଦ, ଏହାକୁ କେହି କ’ଣ ଭୁଲି ପାରିବ।
ସାଥୀଗଣ,
ହିମାଚଳରେ ରହିବା ସମୟରେ ମୁଁ ସର୍ବଦା ଚିନ୍ତା କରୁଥିଲି, ଯେ ଏହି ଦେବଭୂମିକୁ ପ୍ରକୃତି ଏତେ ସୁନ୍ଦର ବରଦାନ ଦେଇଛି। ନଦୀ, ଝରଣା, ଉତ୍ପାଦନକ୍ଷମ ଜମି, ବିଲ, ପାହାଡ ପର୍ଯ୍ୟଟନର ଏଠାରେ ଏତେ ଶକ୍ତି ଅଛି, କିନ୍ତୁ କିଛି ଆହ୍ୱାନକୁ ଦେଖି ସେହି ସମୟରେ ମୋତେ ବହୁତ ଦୁଃଖ ଲାଗୁଥିଲା, ମନ ଦୁଃଖରେ ଭରି ଯାଉଥିଲା। ମୁଁ ଚିନ୍ତା କରୁଥିଲି, ଏଠି ହିମାଚଳ ଧରଣୀରେ ଯେଉଁଦିନ ଯୋଗାଯୋଗ ବ୍ୟବସ୍ଥା ବଢ଼ିଯିବ, ହିମାଚଳରେ ଯେଉଁ ଦିନ ଉଦ୍ୟୋଗ ସ୍ଥାପନ ହେବା ବୃଦ୍ଧି ପାଇବ, ଯେଉଁଦିନ ହିମାଚଳର ପିଲାମାନେ ପଢ଼ିବା ପାଇଁ ନିଜ ମାଆ- ବାପା, ଗାଁ, ସାଙ୍ଗ-ବନ୍ଧୁଙ୍କୁ ଛାଡ଼ି ବାହାରକୁ ଯିବାକୁ ପଡ଼ିବ ନାହିଁ, ସେହିଦିନ ହିମାଚଳର କାୟାକଳ୍ପ ହୋଇଯିବ।
ଆଉ ଆଜି ଦେଖନ୍ତୁ, ଆଜି ମୁଁ ଏଠାକୁ ଆସିଛି ସେତେବେଳେ ଯୋଗାଯୋଗ ସହିତ ଜଡ଼ିତ ଆୟୋଜନ ମଧ୍ୟ ହୋଇଛି, ଶିକ୍ଷା ସଂସ୍ଥାନର କାର୍ଯ୍ୟ ଏବଂ ଉଦ୍ୟୋଗୀକରଣ ପାଇଁ ମଧ୍ୟ ବହୁତ ବଡ଼ ସେବାଭାବର ସହିତ ଉପହାର ନେଇକରି ଆସିଛି। ଆଜି ଏଠାରେ ଊନାରେ ଦେଶର ଦ୍ୱିତୀୟ ବଲକ୍ ଔଷଧ ପାର୍କର କାର୍ଯ୍ୟ ଆରମ୍ଭ ହୋଇଛି। ଏବେ ହିମାଚଳର ଲୋକ ଚିନ୍ତା କରନ୍ତୁ, ଅସୁବିଧାରେ ଭରପୂର ହିମାଚଳ, ପ୍ରାକୃତିକ ବିବିଧତାରେ ଭରା ହିମାଚଳ ଏବଂ ହିନ୍ଦୁସ୍ତାନରେ ୩ଟି ବଲକ୍ ଔଷଧ ପାର୍କ ନିର୍ମାଣ ହେଉଛି ଆଉ ସେଥିରୁ ଗୋଟିଏ ହିମାଚଳ ଭାଗ୍ୟରେ ଆସିଯାଇଛି, ଏହାଠାରୁ ବଡ଼ କୌଣସି ଉପହାର ଆଉ କ’ଣ ହୋଇପାରେ ବନ୍ଧୁ? ଏହାଠାରୁ ବଡ଼ କୌଣସି ନିର୍ଣ୍ଣୟ କ’ଣ ହୋଇପାରେ? ଏହା ହିମାଚଳ ପ୍ରତି ଯେଉଁ ଭଲ ପାଇବା ରହିଛି, ଯେଉଁ ସମର୍ପଣ ରହିଛି, ତାହାର ପରିଣାମ ହେଉଛି ଭାଇମାନେ।
କିଛି ସମୟ ପୂର୍ବେ ହିଁ ମୋତେ ଅମ୍ବ-ଅନ୍ଦୋରାରୁ ଦିଲ୍ଲୀ ପର୍ଯ୍ୟନ୍ତ ଭାରତର ଚତୁର୍ଥ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇବାର ସୌଭାଗ୍ୟ ମିଳିଲା। ଏହାମଧ୍ୟ ଚିନ୍ତା କରନ୍ତୁ, ଦେଶରେ ଚତୁର୍ଥ ବନ୍ଦେ ଭାରତ ଟ୍ରେନ, ଏତେ ବଡ଼ ହିନ୍ଦୁସ୍ତାନ, ଏତେ ବଡ଼- ବଡ଼ ସହର, କିନ୍ତୁ ଚତୁର୍ଥ ଟ୍ରେନ ଯଦି ମିଳିଛି, ତେବେ ମୋର ହିମାଚଳକୁ ମିଳିଗଲା, ଭାଇମାନେ। ଆଉ ମୁଁ ଜାଣିଛି ସାଥୀଗଣ, ଆଜି ଯଦି କେଉଁ ପରିବାର ଆପଣମାନଙ୍କୁ ଭେଟିବେ, ହିନ୍ଦୁସ୍ତାନର ପ୍ରତି କୋଣ-ଅନୁକୋଣରେ ଭେଟିବେ, ଯେଉଁମାନଙ୍କର ମନ ହେଉଥିବ ବିମାନବନ୍ଦର ଯାଇ ଉଡ଼ାଜାହାଜ ଦେଖିବେ, ବସିବାର ଚିନ୍ତା ତ ପଛରେ ରହିଛି। ଏମିତିରେ ହିମାଚଳର ପାହାଡମାନଙ୍କରେ ରହୁଥିବା ଲୋକମାନଙ୍କ ପାଇଁ ଯଦି ଆପଣମାନେ ପଚାରିବେ ତେବେ ଦୁଇ-ଦୁଇ, ତିନି-ତିନି, ଚାରି-ଚାରି ପିଢ଼ୀମାନେ ଯେଉଁମାନେ ଜୀବିତ ଥିବେ, ସେମାନେ ନା କେବେ ଟ୍ରେନ ଦେଖିଥିବେ, ଆଉ ନା କେବେ ଟ୍ରେନରେ କୁଆଡ଼େ ଯାତ୍ରା କରିଥିବେ। ସ୍ୱାଧୀନତାର 75 ବର୍ଷ ପରେ ମଧ୍ୟ ଏଭଳି ସ୍ଥିତିସବୁ ରହିଛି। ଆଜି ହିମାଚଳରେ କେବଳ ଟ୍ରେନ ନୁହେଁ, ହିନ୍ଦୁସ୍ତାନର ସବୁଠାରୁ ଆଧୁନିକ ଟ୍ରେନ ଆସି ଠିଆ ହୋଇଗଲା ଭାଇମାନେ, ଆଉ ଏପରିକି ଗଡ଼ିଚାଲିଲା ମଧ୍ୟ।
ଆଜି ହିଁ ହିମାଚଳର ନିଜସ୍ୱ ଟ୍ରିପଲ ଆଇଟି (ଆଇଆଇଆଇଟି)ର ସ୍ଥାୟୀ ଭବନ, ଏହାର ମଧ୍ୟ ଲୋକାର୍ପଣ ହୋଇଛି। ଏହି ପ୍ରକଳ୍ପ ହେଉଛି ଏହି କଥାର ଝଲକ୍ ଯେ ଡବଲ ଇଂଜିନର ସରକାର ହିମାଚଳକୁ କେଉଁ ଶୀଖର ସ୍ଥାନରେ ଦେଖିବାକୁ ଚାହୁଁଛନ୍ତି। ଏହି ପ୍ରକଳ୍ପ ବିଶେଷ ରୂପେ ହିମାଚଳର ନୂତନ ପିଢ଼ୀ, ଯୁବ ପିଢ଼ୀଙ୍କ ସ୍ୱପ୍ନକୁ ନୂତନ ଡେଣା ପ୍ରଦାନ କରିବାକୁ ଯାଉଛି। ଊନାକୁ, ହିମାଚଳ ପ୍ରଦେଶକୁ ଏହି ପ୍ରକଳ୍ପଗୁଡ଼ିକ ପାଇଁ ଆପଣମାନଙ୍କୁ ଲକ୍ଷ- ଲକ୍ଷ ଶୁଭେଚ୍ଛା।
ସାଥୀଗଣ,
ଆମେ ସମସ୍ତେ ଜାଣିଛେ ଆବଶ୍ୟକତା ଏବଂ ଆଶା- ଆକାଂକ୍ଷା ମଧ୍ୟରେ ପ୍ରଭେଦ ରହିଛି। ହିମାଚଳରେ ପୂର୍ବରୁ ଯେଉଁସବୁ ସରକାର ଥିଲେ, ଆଉ ଦିଲ୍ଲୀରେ ମଧ୍ୟ ଯେଉଁ ଲୋକମାନେ ବସିଥିଲେ, ସେମାନେ ଆପଣମାନଙ୍କର ଆବଶ୍ୟକତାଗୁଡ଼ିକୁ ପୂରଣ କରିବାରେ ମଧ୍ୟ ଉଦାସୀନ ରହିଲେ ଆଉ ଆପଣଙ୍କ ଆଶା- ଆକାଂକ୍ଷାକୁ ସେମାନେ କେବେ ହେଲେ ମଧ୍ୟ ବୁଝି ହିଁ ପାରିଲେ ନାହିଁ ସେମାନେ କେବେ ହେଲେ ମଧ୍ୟ ସେ ବିଷୟରେ ଗମ୍ଭୀରତା ପ୍ରକାଶ କଲେ ନାହିଁ। ଏହାର ବହୁତ ବଡ଼ କ୍ଷତି ଏଇ ମୋର ହିମାଚଳକୁ ଉଠାଇବାକୁ ପଡ଼ିଛି, ଏଠାକାର ଯୁବପିଢ଼ୀଙ୍କୁ ଉଠାଇବାକୁ ପଡ଼ିଛି, ଏଠାକାର ମାଆ-ଭଉଣୀମାନେ ଉଠାଇବାକୁ ପଡ଼ିଛି।
କିନ୍ତୁ ଏବେ, ଏବେ ସମୟ ବଦଳି ଯାଇଛି। ଆମ ସରକାର ନା କେବଳ ଲୋକମାନଙ୍କର ଆବଶ୍ୟକତାଗୁଡ଼ିକୁ ପୂରଣ କରୁଛନ୍ତି, ବରଂ ଜନତା- ଜନାର୍ଦ୍ଦନଙ୍କ ଆଶାଗୁଡ଼ିକୁ- ଆକାଂକ୍ଷାଗୁଡ଼ିକୁ, ସେଗୁଡ଼ିକୁ ପୂରଣ କରିବାରେ ସମ୍ପୂର୍ଣ୍ଣ ଶକ୍ତିର ସହିତ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଏଥିପାଇଁ ମୋର ମନେଅଛି ହିମାଚଳର ପରିସ୍ଥିତି କ’ଣ ଥିଲା, କେଉଁଠାରେ ମଧ୍ୟ ବିକାଶର କାର୍ଯ୍ୟ ଦୃଷ୍ଟିଗୋଚର ହେଉ ନ ଥିଲା, ଯେତେବେଳେ ମୁଁ ଏଠାରେ ରହୁଥିଲି । ଚାରିଆଡ଼େ ଅବିଶ୍ୱାସର ଖାଇ, ନିରାଶାର ପାହାଡ଼, ଆଗକୁ ଯାଇ ପାରିବା, ଯାଇ ପାରିବା ନାହିଁ, ବିକାଶର ଆଶାଗୁଡ଼ିକ ମଧ୍ୟରେ ବହୁତ ବଡ଼ ଖାଇ, ଏକ ପ୍ରକାରରେ ଗାତ ହିଁ ଗାତ। ସେମାନେ କେବେ ହେଲେ ମଧ୍ୟ ଏହି ବିକାଶର ଆବଶ୍ୟକତା ଜନିତ ଗାତଗୁଡ଼ିକୁ ଭରିବା ପାଇଁ ଚିନ୍ତା କଲେ ନାହିଁ, ଛାଡ଼ି ଦିଆ ଯାଇଥିଲା। ଆମେ ସେଗୁଡ଼ିକୁ ତ ଭରିଦେଲୁ, କିନ୍ତୁ ଏବେ ଦୃଢ଼ତାର ସହିତ ନୂତନ କୋଠାଘର ହିମାଚଳରେ ଆମେ ନିର୍ମାଣ କରୁଛୁ।
ସାଥୀଗଣ,
ଦୁନିଆର ଏଭଳି ବହୁତ ଦେଶ ଅଛନ୍ତି ଯେଉଁମାନେ ବିଂଶ ଶତାବ୍ଦୀରେ ରହିଛନ୍ତି, ବିଗତ ଶତାବ୍ଦୀରେ ରହିଛନ୍ତି, ନିଜର ନାଗରିକମାନଙ୍କୁ, ଭାରତରେ ମଧ୍ୟ ଗୁଜରାଟ ଭଳି କେତେକ ରାଜ୍ୟଗୁଡ଼ିକ ଅଛନ୍ତି, ଗ୍ରାମୀଣ ସଡ଼କ, ପିଇବା ପାଇଁ ବିଶୁଦ୍ଧ ପାଣି, ଶୌଚାଳୟ, ଆଧୁନିକ ହସ୍ପାତାଳ, ଏହିସବୁ ସୁବିଧା ଯୋଗାଇ ଦେଉଥିଲେ । କିନ୍ତୁ ଭାରତରେ କିଛି ସରକାର ଏଭଳି ଅଛନ୍ତି ଯେଉଁମାନେ ସାଧାରଣ ମଣିଷ ପାଇଁ ଏହି ସବୁ ସୁବିଧାଗୁଡ଼ିକ ପାଇବା ମଧ୍ୟ କଷ୍ଟକର କରି ଦେଇଛନ୍ତି। ଆମର ପାହାଡିଆ ଅଂଚଳଗୁଡ଼ିକ ଏହାର ବହୁତ ଅଭାବ ଭୋଗି ସାରିଛନ୍ତି। ମୁଁ ତ’ ଏଠାରେ ରହିବା ସମୟରେ ସବୁକିଛି କୁ ବହୁତ ନିକଟରୁ ଦେଖିଛି। କିଭଳି ଆମର ଗର୍ଭବତୀ ମାଆ-ଭଉଣୀମାନଙ୍କୁ ରାସ୍ତା ଅଭାବରୁ ହସ୍ପାତାଳ ପର୍ଯ୍ୟନ୍ତ ଯିବା ପାଇଁ କେତେ ଅସୁବିଧା ହେଉଥିଲା, ଆମର କେତେ ବୟସ୍କମାନେ ହସ୍ପିଟାଲରେ ପହଂଚିବା ପୂର୍ବରୁ ହିଁ ମୃତ୍ୟୁବରଣ କରୁଥିଲେ।
ଭାଇ ଓ ଭଉଣୀମାନେ,
ପାହାଡ଼ରେ ରହୁଥିବା ଲୋକମାନେ ଜାଣିଛନ୍ତି ଯେ ରେଳ ଯୋଗାଯୋଗ ନ ଥିବା କାରଣରୁ, ତାହା ନ ଥିବା ଯୋଗୁଁ, ସେହି କାରଣରୁ ସେମାନେ ଏକ ପ୍ରକାରରେ ଦୁନିଆ ଠାରୁ ଅଲଗା ହୋଇ ରହୁଥିଲେ। ଯେଉଁ ଅଂଚଳରେ ସେମାନଙ୍କୁ ଝରଣା ହେଉ, ନଦୀ ବହୁଥିଲେ ମଧ୍ୟ, ସେଠାରେ ପିଇବା ପାଣି ପାଇଁ ଡହଳ ବିକଳ ହେବାକୁ ପଡ଼ୁଥିଲା, ସେଠାରେ ପାଇପ ଯୋଗେ ପାଣି ଆସିବା ଯେ କେତେ ବଡ଼ ଆହ୍ୱାନ ହୋଇ ରହିଥିଲା, ଏହାର ଅନୁମାନ ବାହାରର ଲୋକମାନଙ୍କୁ ମଧ୍ୟ ହୋଇ ପାରିବ ନାହିଁ ।
ଯେଉଁ ଲୋକମାନେ ବର୍ଷ- ବର୍ଷ ଧରି ଏଠାରେ ସରକାର ଚଳାଉଥିଲେ, ହିମାଚଳର ଲୋକଙ୍କର କଷ୍ଟ ସହିତ ଧରି ନିଅନ୍ତୁ ଯେପରି ସେମାନଙ୍କୁ କୌଣସି ପ୍ରଭେଦ ପଡୁ ନ ଥିଲା। ଏବେ ଆଜିର ନୂତନ ଭାରତ, ଏହି ସବୁ ପୁରୁଣା ଆହ୍ୱାନ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି। ଯେଉଁ ସୁବିଧା ଗୁଡିକ ବିଗତ ଶତାବ୍ଦୀରେ ହିଁ ଲୋକମାନଙ୍କ ପର୍ଯ୍ୟନ୍ତ ପହଂଚି ଯିବାର ଥିଲା, ତାହା ଏବେ ଲୋକଙ୍କ ପାଖରେ ପହଂଚୁଛି।
କିନ୍ତୁ କ’ଣ ଆମେ ଏତିକି କରି ଏହିଠାରେ ହିଁ ଅଟକି ଯିବା? ଆପଣମାନେ କୁହନ୍ତୁ ସାଥୀଗଣ, କ’ଣ ଏତେ କରିନେଲେ, ବହୁତ ଭଲ କରି ନେଲେ, ଏତିକିରେ ଅଟକି ଯିବା ଚଳିବା କି? ଆଉ ଆଗକୁ ବଢ଼ିବାର ଅଛି କି ବଢ଼ିବାର ନାହିଁ? ଆହୁରି ଦ୍ରୁତ ଗତିରେ ବଢ଼ିବାର ଅଛି କି ବଢ଼ିବାର ନାହିଁ? ଏହି କାର୍ଯ୍ୟ କିଏ କରିବ ଭାଇମାନେ? ଆମେ ଆଉ ଆପଣମାନେ ମିଳିମିଶି କରିବା ଭାଇମାନେ। ଆମେ ବିଂଶ ଶତାବ୍ଦୀର ସୁବିଧାକୁ ବି ପହଂଚାଇବୁ ଆଉ ଏକବିଂଶ ଶତାବ୍ଦୀର ଆଧୁନିକତାର ସହିତ ମଧ୍ୟ ହିମାଚଳ ଯିବୁ।
ଏଥିପାଇଁ ଆଜି ହିମାଚଳରେ ବିକାଶର ଅଦ୍ଭୁତପୂର୍ବ କାର୍ଯ୍ୟ ହେଉଛି। ଆଜି ଗୋଟିଏ ପଟେ ଯେଉଁଠାରେ ହିମାଚଳରେ ଦୁଇ ଗୁଣ ଗତିରେ ଗ୍ରାମୀଣ ସଡ଼କମାନ ନିର୍ମାଣ କରାଯାଉଛି, ଅନ୍ୟ ପକ୍ଷରେ ଦ୍ରୁତ ଗତିରେ ଗ୍ରାମ ପଂଚାୟତ ପର୍ଯ୍ୟନ୍ତ ମଧ୍ୟ ବ୍ରଡ ବ୍ୟାଣ୍ଡ ସଂଯୋଗ ପହଂଚାଯାଉଛି। ଆଜି ଗୋଟିଏ ପଟେ ଯେଉଁଠି ହିମାଚଳରେ ହଜାର- ହଜାର ଶୌଚାଳୟ ନିର୍ମାଣ କରାଯାଉଛି, ସେଠାରେ ଅନ୍ୟ ପଟେ ଗାଁ- ଗାଁରେ ବିଜୁଳି ବ୍ୟବସ୍ଥାରେ ସଂସ୍କାର ଅଣାଯାଉଛି। ଆଜି ଗୋଟିଏ ପଟେ ହିମାଚଳରେ ଡ୍ରୋନ ଯୋଗେ ଅତ୍ୟାବଶ୍ୟକ ସାମଗ୍ରୀକୁ ଦୁର୍ଗମ ଅଂଚଳରେ ପହଂଚାଇବା ଉପରେ କାର୍ଯ୍ୟ ହେଉଛି ତ ଅନ୍ୟ ପକ୍ଷରେ ବନ୍ଦେ ଭାରତ ଭଳି ଟ୍ରେନ ଯୋଗେ ଦ୍ରୁତ ଗତିରେ ଦିଲ୍ଲୀରେ ପହଂଚିବାର ରାସ୍ତା ନିର୍ମାଣ କରାଯାଉଛି।
ଆଜି ଗୋଟିଏ ପଟେ ହିମାଚଳରେ ପାଇପ ଯୋଗେ ପାନୀୟ ଜଳ ପହଂଚାଇବାର ଅଭିଯାନ ଚାଲୁ ରହିଛି ତେବେ ଅନ୍ୟ ପକ୍ଷରେ ସାଧାରଣ ସେବା କେନ୍ଦ୍ର ଜରିଆରେ ସରକାରଙ୍କର ସମସ୍ତ ସେବା ଗାଁ- ଗାଁ ପର୍ଯ୍ୟନ୍ତ ପହଂଚାଯାଉଛି। ଆମେ କେବଳ ଲୋକଙ୍କର ବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ କରୁ ନାହୁଁ ବରଂ ଏକବିଂଶ ଶତାବ୍ଦୀର ଆଧୁନିକ ସୁବିଧାମାନ ମଧ୍ୟ ହିମାଚଳର ଘର- ଘର ପର୍ଯ୍ୟନ୍ତ ପହଂଚାଉଛୁ।
ସାଥୀଗଣ,
ଏବେ ଏଠାରେ ହରୋଲୀରେ ବହୁତ ବଡ଼ ବଲକ୍ ଔଷଧ ପାର୍କର ଶିଳାନ୍ୟାସ ହୋଇଛି। କିଛି ଦିନ ପୂର୍ବେ ଯେପରି ଜୟରାମ ମହାଶୟ କହୁଥିଲେ, ନାଲାଗଢ଼-ବଦ୍ଦୀରେ ମେଡିକାଲ ଉପକରଣ ପାର୍କ ଉପରେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ଏହି ଦୁଇଟି ପ୍ରକଳ୍ପ ଦେଶ ସହିତ ସାରା ବିଶ୍ୱରେ ହିମାଚଳର ନାମକୁ ଗୌରବାନ୍ୱିତ କରିବାକୁ ଯାଉଛି। ଏବେ ଡବଲ ଇଂଜିନର ସରକାର ଏହି ବଲକ୍ ଔଷଧ ପାର୍କରେ ପ୍ରାୟ 2 ହଜାର କୋଟି ଟଙ୍କା ନିବେଶ କରୁଛି। ହିମାଚଳ ଭଳି ଛୋଟ- ଛୋଟ ରାଜ୍ୟରେ 2 ହଜାର କୋଟି ଟଙ୍କାର ଏକ ପ୍ରକଳ୍ପ ପାଇଁ, ଆଗାମୀ ବର୍ଷରେ ଏଠାରେ 10 ହଜାର କୋଟିରୁ ଅଧିକ ଟଙ୍କାର ନିବେଶ ହେବାକୁ ଯାଉଛି। ହଜାର- ହଜାର କୋଟି ଟଙ୍କାର ନିବେଶ ଊନାର, ହିମାଚଳର କାୟାକଳ୍ପ କରିଦେବ । ଏହାଦ୍ୱାରା ରୋଜଗାରର ହଜାର- ହଜାର ଅବସର ସୃଷ୍ଟି ହେବ, ସ୍ୱରୋଜଗାରର ହଜାର- ହଜାର ସୁଯୋଗ ଉତ୍ପନ୍ନ ହେବ।
ସାଥୀଗଣ,
କରୋନା କାଳରେ ସମଗ୍ର ବିଶ୍ୱ ହିମାଚଳରେ ପ୍ରସ୍ତୁତ ହୋଇଥିବା ଔଷଧର ଶକ୍ତିକୁ ଦେଖିଛି। ଔଷଧ ଉତ୍ପାଦନରେ ଭାରତକୁ ବିଶ୍ୱର ସର୍ବଶ୍ରେଷ୍ଠ କରିବାରେ ହିମାଚଳର ଭୂମିକା ଆହୁରି ଅଧିକ ବୃଦ୍ଧି ପାଇବାକୁ ଯାଉଛି। ଏ ପର୍ଯ୍ୟନ୍ତ ଆମେ ଔଷଧ ପାଇଁ ଜରୁରୀ ଅଧିକାଂଶ କଂଚାମାଲ ପାଇଁ, ପ୍ରସ୍ତୁତି ସାମଗ୍ରୀ ପାଇଁ ବିଦେଶ ଉପରେ ଆମକୁ ନିର୍ଭର କରିବାକୁ ପଡ଼ୁଥିଲା। ଏବେ ଯେତେବେଳେ ହିମାଚଳରେ ହିଁ ଔଷଧ ପ୍ରସ୍ତୁତିର କଂଚାମାଲ ମିଳିବ, ହିମାଚଳରେ ହିଁ ଔଷଧ ପ୍ରସ୍ତୁତ ହେବ, ସେତେବେଳେ ଔଷଧ ଉଦ୍ୟୋଗ ମଧ୍ୟ ପ୍ରସ୍ଫୁଟିତ ହେବ ଏବଂ ଔଷଧ ମଧ୍ୟ ଆହୁରି ଶସ୍ତା ହୋଇଯିବ।
ଆଜି ଜନ ଔଷଧୀ କେନ୍ଦ୍ର ମାଧ୍ୟମରେ, ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦେଇ, ଆମ ସରକାର ଗରିବଙ୍କ ଚିନ୍ତାକୁ କମ୍ କରିବାର କାର୍ଯ୍ୟ କରୁଛନ୍ତି। ଏହି ବଲକ୍ ଔଷଧ ପାର୍କ, ଗରିବଙ୍କୁ, ମଧ୍ୟମ ବର୍ଗଙ୍କୁ ଶସ୍ତା ଏବଂ ଭଲ ଚିକିତ୍ସା ଦେବାର ଅଭିଯାନକୁ ଆହୁରି ସୁଦୃଢ଼ କରିବ।
ସାଥୀଗଣ,
ହିମାଚଳର ଆପଣ ସମସ୍ତ ଲୋକମାନେ ସାକ୍ଷୀ ଅଛନ୍ତି ଯେ ଚାଷବାସ ହେଉ ଅବା ଉଦ୍ୟୋଗ, ଯେ ପର୍ଯ୍ୟନ୍ତ ଭଲ ଯୋଗାଯୋଗ ନ ଥିବ, ସେତବେଳ ପର୍ଯ୍ୟନ୍ତ ବିକାଶର ଗତି ଦ୍ରୁତତର ହୋଇ ପାରି ନ ଥାଏ। ପୂର୍ବର ସରକାର କିଭଳି କାର୍ଯ୍ୟ କରୁଥିଲେ ତାହାର ଏକ ଉଦାହରଣ ହେଉଛି ଆମର ନାଙ୍ଗଲ ଡ୍ୟାମ ତଲୱାଡ଼ି ରେଳ ଲାଇନ ମଧ୍ୟ। ଏହି ରେଳ ଲାଇନକୁ 40 ବର୍ଷ ପୂର୍ବେ, ଆପଣ ଚିନ୍ତା କରନ୍ତୁ, 40 ବର୍ଷ ପୂର୍ବେ ଏକ ଛୋଟ ରେଳ ଲାଇନକୁ ଦିଲ୍ଲୀରେ ବସିଥିବା ସରକାର ଅନୁମୋଦନ କରିଥିଲେ, ଫାଇଲ ପ୍ରସ୍ତୁତ କରିଦେଲେ, ଦସ୍ତଖତ କରିଦେଲେ, ଆଉ ସାମ୍ନାରେ ନିର୍ବାଚନ ଆସିବାକୁ ଥିଲା, ତେଣୁ ଲୋକଙ୍କ ଆଖିରେ ଧୂଳି ପକାଇ ଭୋଟ ମଧ୍ୟ ଗୋଟାଇ ନେଲେ। 40 ବର୍ଷରୁ ଅଧିକ ସମୟ ହୋଇଗଲା, ତୃଣମୂଳ ସ୍ତରରେ ତିଳେ ମାତ୍ର କାମ ହେଲା ନାହିଁ। କିନ୍ତୁ ଏତେ ବର୍ଷ ପରେ ଅଧାପନ୍ତରିଆ ଭାବେ ପଡ଼ି ରହିଥିବା କିଛି ଦୃଷ୍ଟିଗୋଚର ହେଲା। କେନ୍ଦ୍ରରେ ଆମ ସରକାର ଗଠନ ହେବା ପରେ ଏବେ ଏହି ରେଳ ଲାଇନର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି। ଚିନ୍ତା କରନ୍ତୁ, ଯଦି ଏହି କାର୍ଯ୍ୟ ପୂର୍ବରୁ ହୋଇ ଯାଇ ଥାଆନ୍ତା ତେବେ ସେହି ଲୋକମାନଙ୍କର ମଧ୍ୟ କେତେ ଲାଭ ହୋଇ ଥାଆନ୍ତା।
ସାଥୀଗଣ,
ହିମାଚଳରେ ରେଳସେବାର ସମ୍ପ୍ରସାରଣ ଏବଂ ତାହାକୁ ଆଧୁନିକ କରିବା ପାଇଁ ଡବଲ ଇଂଜିନ ସରକାର କ୍ରମାଗତ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ହିମାଚଳରେ ତିନୋଟି ନୂତନ ରେଳ ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲୁ ରହିଛି । ଆଜି ଯେତେବେଳେ ଦେଶକୁ ମେଡ ଇନ୍ ଇଣ୍ଡିଆ ବନ୍ଦେ ଭାରତ ଟ୍ରେନ ସହିତ ଯୋଡ଼ା ଯାଉଛି, ସେତେବେଳେ ମଧ୍ୟ ହିମାଚଳ ଦେଶର ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି। ବନ୍ଦେ ଭାରତ ଏକ୍ସପ୍ରେସ ଏହା ନୈନା ଦେବୀ, ଏହା ଚିନ୍ତପୂର୍ଣ୍ଣୀ, ଏହା ଜ୍ୱାଳାଦେବୀ, ଏହା କାଂଙ୍ଗଡ଼ାଦେବୀ ଭଳି ଆମର ପବିତ୍ର ସ୍ଥାନ ଆମର ଶକ୍ତିପୀଠ ଗୁଡ଼ିକ ସହିତ ଆମର ଅନନ୍ଦାପୁର ସାହିବ, ସେଠାକୁ ଯାତାୟାତ ମଧ୍ୟ ବହୁତ ସହଜ ହୋଇଯିବ। ଊନା ଭଳି ପବିତ୍ର ସହରରେ, ଯେଉଁଠାରେ ଗୁରୁ ନାନକ ଦେବଜୀଙ୍କ ବଂଶଜ ରହୁଛନ୍ତି, ସେମାନଙ୍କ ପାଇଁ ଏହା ହେଉଛି ଦୁଇ ଗୁଣ ଉପହାର।
କରତାରପୁର କରିଡର ମାଧ୍ୟମରେ ଆମ ସରକାର ଯେଉଁ ସେବା ଆରମ୍ଭ କରିଛନ୍ତି, ତାହାକୁ ଏହି ବନ୍ଦେ ଭାରତ ଟ୍ରେନ ଆହୁରି ଆଗକୁ ବଢ଼ାଇବ। ମାଆ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ପୂର୍ବରୁ ହିଁ ବନ୍ଦେ ଭାରତ ଏକ୍ସପ୍ରେସର ସୁବିଧା ଥିଲା, ଏବେ ଏଠାକାର ଶକ୍ତିପୀଠ ମଧ୍ୟ ଆଧୁନିକ ସେବା ସହିତ ଯୋଡ଼ି ହେଉଛି। ବନ୍ଦେ ଭାରତ ଏକ୍ସପ୍ରେସ ଦ୍ୱାରା ଅନ୍ୟ ସହରରେ କାର୍ଯ୍ୟ କରୁଥିବା ସାଥୀମାନଙ୍କୁ ମଧ୍ୟ ଲାଭ ମିଳିବ।
ସାଥୀଗଣ,
ହିମାଚଳର ଯୁବକମାନଙ୍କର ସଦା ସର୍ବଦା ସ୍ୱପ୍ନ ରହିଛି ଯେ ସେମାନଙ୍କୁ ପଢ଼ିବା ପାଇଁ ଉଚ୍ଚ ସ୍ତରୀୟ ଶିକ୍ଷା ସଂସ୍ଥାନ ହିମାଚଳରେ ହିଁ ମିଳୁ। ଆପଣମାନଙ୍କର ଏହି ଆକାଂକ୍ଷା ପ୍ରତି ମଧ୍ୟ ଯଦି ପ୍ରଥମରୁ ଧ୍ୟାନ ଦିଆ ଯାଇ ଥାଆନ୍ତା, ଆମର ପୂର୍ବରୁ ଯେଭଳି ପ୍ରଥା ରହିଛି, ବଦଳୁଛି। ଅଟକାଇବା, ଲଟକାଇବା, ଭୁଲାଇଦେବା, ଭୁଲିଯିବା, ଏହି ରାସ୍ତା ଆମର ନୁହେଁ। ଆମେ ନିଷ୍ପତି ନେଉ, ସଂକଳ୍ପ କରୁ, ପୂରଣ କରୁ ଆଉ ପରିଣାମ ମଧ୍ୟ ଆଣି ଦେଖାଇ ଥାଉ। ଶେଷରେ କ’ଣ କାରଣ ଥିଲା ଯେ ହିମାଚଳର ଯୁବକମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାର ପ୍ରତିଷ୍ଠିତ ସଂସ୍ଥାନରୁ ବଂଚିତ ରଖାଗଲା? କାହିଁକି ମେଡିକାଲ, ଇଂଜିନିୟରିଂ, ବିଜନେସ ମ୍ୟାନେଜମେଂଟ, ଏପରିକି ଫାର୍ମାସୀ ପର୍ଯ୍ୟନ୍ତ ପଢ଼ିବା ପାଇଁ ଏଠାକାର ଯୁବକମାନଙ୍କୁ ପଡୋଶୀ ରାଜ୍ୟକୁ ଯିବାକୁ ପଡ଼ୁଥିଲା?
ସାଥୀଗଣ,
ପୂର୍ବର ସରକାର ଏହା ଉପରେ ଏଥିପାଇଁ ଧ୍ୟାନ ଦେଲେ ନାହିଁ କାରଣ ସେମାନେ ହିମାଚଳକୁ ସାମର୍ଥ୍ୟ ଦ୍ୱାରା ନୁହେଁ ବରଂ ତାଙ୍କର ସଂସଦରେ କେତେ ଆସନ ଅଛି, ତାହାକୁ ନେଇ ମୂଲ୍ୟାୟନ କରୁଥିଲେ। ଏଥିପାଇଁ ହିମାଚଳକୁ ଆଇଆଇଟି ପାଇଁ, ଟ୍ରିପଲ ଆଇଟି ପାଇଁ, ଆଇଆଇଏମ ପାଇଁ, ଏମ୍ସ ପାଇଁ, ଡବଲ ଇଂଜିନ ସରକାରକୁ ପ୍ରତିକ୍ଷା କରିବାକୁ ପଡ଼ିଲା। ଆଜି ଊନାରେ ଟ୍ରିପଲ ଆଇଟିର ସ୍ଥାୟୀ ଭବନ ନିର୍ମାଣ ହେବା ଦ୍ୱାରା ବିଦ୍ୟାର୍ଥୀମାନଙ୍କୁ ଆହୁରି ଅଧିକ ସୁବିଧା ହେବ। ଏଠାରୁ ଅଧ୍ୟୟନ କରି ବାହାରୁ ଥିବା ହିମାଚଳର ପୁଅ-ଝିଅ, ହିମାଚଳରେ ଡିଜିଟାଲ କ୍ରାନ୍ତିକୁ ମଧ୍ୟ ଦୃଢ଼ତା ପ୍ରଦାନ କରିବେ।
ଆଉ ମୋର ମନେଅଛି, ଏହି ଟ୍ରିପଲ ଆଇଟି ଭବନର ଶିଳାନ୍ୟାସ ପାଇଁ ଆପଣମାନେ ମୋତେ ସୁଯୋଗ ଦେଇଥିଲେ। ଶିଳାନ୍ୟାସ ମୁଁ କରିଥିଲି ଆଉ ଆଜି ଲୋକାର୍ପଣ ପାଇଁ ମଧ୍ୟ ଆପଣମାନେ ମୋତେ ସୁଯୋଗ ଦେଇଦେଲେ, ଏହା ହିଁ ତ ହେଉଛି କାୟାକଳ୍ପ। ଶିଳାନ୍ୟାସ ମଧ୍ୟ ଆମେ କରୁଛୁ, ଲୋକାର୍ପଣ ମଧ୍ୟ ଆମେ କରୁଛୁ ଭାଇମାନେ। ଆଉ ଏହା, ଏହା ହେଉଛି ଡବଲ ଇଂଜିନ ସରକାରଙ୍କ କାର୍ଯ୍ୟ କରିବା ଶୈଳୀ। ଆମ ସରକାର ଯେଉଁ ସଂକଳ୍ପ ନେଇ ଥାଆନ୍ତି ତାକୁ ମଧ୍ୟ ପୂରଣ କରି ଦେଖାଇ ଥାଆନ୍ତି। ମୁଁ ଟ୍ରିପଲ ଆଇଟିର ନିର୍ମାଣ ସହିତ ଜଡ଼ିତ ସମସ୍ତ ସାଥୀମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି ଯେ ସେମାନେ କୋଭିଡ଼ର ପ୍ରତିବନ୍ଧକ ସତ୍ୱେ ମଧ୍ୟ ଦ୍ରୁତ ଗତିରେ ଏହା ଉପରେ କାର୍ଯ୍ୟ କରି ପୂର୍ଣ୍ଣ କରିଦେଲେ।
ସାଥୀଗଣ,
ଯୁବକମାନଙ୍କର କୌଶଳକୁ, ଯୁବକମାନଙ୍କର ସାମର୍ଥ୍ୟକୁ ବିକଶିତ କରିବା ହେଉଛି ଆଜି ଆମର ବହୁତ ବଡ଼ ପ୍ରାଥମିକତା। ଏଥିପାଇଁ ସମଗ୍ର ଦେଶରେ ନବସୃଜନ ଏବଂ ଦକ୍ଷତା ସହିତ ଜଡ଼ିତ ସଂସ୍ଥାନର ସମ୍ପ୍ରସାରଣ କରାଯାଉଛି। ହିମାଚଳ ପାଇଁ ତ’ ଏହା ହେଉଛି କେବଳ ମାତ୍ର ଶୁଭାରମ୍ଭ। ହିମାଚଳର ଯୁବକମାନେ ସେନାବାହିନୀରେ ରହି ଦେଶର ସୁରକ୍ଷାରେ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଏବେ ଭିନ୍ନ- ଭିନ୍ନ ଧରଣର ଦକ୍ଷତା ସେମାନଙ୍କୁ ସେନା ବାହିନୀରେ ମଧ୍ୟ ଆହୁରି ଅଧିକ ଉଚ୍ଚ ପଦବୀକୁ ନେଇଯିବାରେ ସହାୟତା କରିବ। ବିକଶିତ ହିମାଚଳ ପାଇଁ ଡବଲ ଇଂଜିନର ସରକାର ନିରନ୍ତର ଆପଣଙ୍କ ସହିତ ଅଛନ୍ତି।
ସାଥୀଗଣ,
ଯେତେବେଳେ ସ୍ୱପ୍ନ ବଡ଼ ହୋଇଥାଏ, ସଂକଳ୍ପ ବିରାଟ ହୋଇଥାଏ ସେତେବେଳେ ପ୍ରୟାସ ମଧ୍ୟ ତା’ଠାରୁ ଅଧିକ ବଡ଼ କରାଯାଇଥାଏ। ଆଜି ଡବଲ ଇଂଜିନର ସରକାରରେ ପ୍ରତ୍ୟେକ କ୍ଷେତ୍ରରେ ଏହି ପ୍ରୟାସ ଦୃଷ୍ଟିଗୋଚର ହେଉଛି। ଏଥିପାଇଁ ମୁଁ ଜାଣୁଛି ଯେ ହିମାଚଳର ଲୋକମାନେ ପୁରୁଣା ପ୍ରଥା ବଦଳାଇବାକୁ ଶପଥ ନେଇଛନ୍ତି। ଶପଥ ନେଇଛନ୍ତି ନା? ଶପଥ ନେଇଛନ୍ତି ନା? ଏବେ ଡବଲ ଇଂଜିନର ସରକାର ନୂତନ ଇତିହାସ ରଚନା କରିବ, ଆଉ ହିମାଚଳର ଜନତା ନୂଆ ପ୍ରଥା ସୃଷ୍ଟି କରିବେ।
ମୁଁ ସ୍ୱୀକାର କରୁଛି ଯେ ସ୍ୱାଧୀନତାର ଅମୃତକାଳରେ ଏବେ ହିମାଚଳର ବିକାଶର ସ୍ୱର୍ଣ୍ଣିମ କାଳ ଆରମ୍ଭ ହେବାକୁ ଯାଉଛି। ଏହି ସ୍ୱର୍ଣ୍ଣିମ କାଳ, ହିମାଚଳକୁ ବିକାଶର ସେହି ଶୀଖର ପର୍ଯ୍ୟନ୍ତ ନେଇଯିବ, ଯେଉଁଥିପାଇଁ ଆପଣ ସମସ୍ତ ଲୋକମାନେ ଦଶକ- ଦଶକ ଧରି ପ୍ରତିକ୍ଷା କରିଥିଲେ। ମୁଁ ପୁଣିଥରେ ଏହି ସମସ୍ତ ପ୍ରକଳ୍ପ ପାଇଁ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି। ଆପଣ ସମସ୍ତଙ୍କର ମଙ୍ଗଳକାମନା କରୁଛି। ଆଉ ଆଗାମୀ ଦିନରେ ଆସୁଥିବା ସମସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ବ ପାଇଁ ମଧ୍ୟ ଆପଣ ସମସ୍ତଙ୍କୁ ହୃଦୟର ସହିତ ବହୁତ- ବହୁତ ଶୁଭକାମନା ଜଣାଉଛି।
ଭାରତ ମାତା କୀ– ଜୟ
ଭାରତ ମାତା କୀ– ଜୟ
ଭାରତ ମାତା କୀ– ଜୟ