ଭାରତ ଗସ୍ତ ପୂର୍ବରୁ କୋଭିଡ ପଜିଟିଭ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଗସ୍ତ ପୂର୍ବରୁ କୋଭିଡ ପଜିଟିଭ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ । ସୂଚନାଯୋଗ୍ୟ ଯେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆସନ୍ତା ଏପ୍ରିଲ ୩ ତାରିଖରେ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି । ଭାରତ ଆସିବା ପୂର୍ବରୁ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଏଥିରେ କୁହାଯାଇଛି ଯେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ପୂରାପୁରି ଠିକ ଅଛନ୍ତି । ସେ ନିଜ କାର୍ଯ୍ୟ ଜାରି ରଖିବେ । ତେବେ ସଂକ୍ରମିତ ହେବା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ କ୍ୱାରେଣ୍ଟାଇନରେ ଅଛନ୍ତି । ଆସନ୍ତା ମାସରେ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ତେବେ ବର୍ତ୍ତମାନ ନଫତାଲି କରୋନା ସଂକ୍ରମିତ ହେବା ପରେ ତାଙ୍କର ଏହି ଭାରତ ଗସ୍ତ ବାତିଲ ହୋଇପାରେ ବୋଲି ଆଶଙ୍କା କରାଯାଇଛି । ସେପଟେ ଏନେଇ କିନ୍ତୁ ଅଫିସିଆଲି କୌଣସି ବିବୃତ୍ତି ଜାରି କରାଯାଇନାହିଁ ।