ମନଇଚ୍ଛା ଫି ବଢାଇ ପାରିବେନି ଘରୋଇ ସ୍କୁଲ

ଚଣ୍ଡିଗଡ଼: ପଞ୍ଜାବରେ ଆପ ସରକାର ଗଠନ କରିବା ଦିନଠାରୁ ଗୋଟିଏ ପରେ ଗୋଟିଏ ବଡ ଘୋଷଣା କରୁଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଏବେ ପୁଣି ଶିକ୍ଷା କ୍ଷେତ୍ରକୁ ନେଇ ଏକ ବଡ ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଏଣିକି ଘରୋଇ ସ୍କୁଲଗୁଡ଼ିକରେ ମନଇଚ୍ଛା ଫି ବୃଦ୍ଧି କରିବା ଉପରେ କଟକଣା ଲଗାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଅର୍ଥାତ ଘରୋଇ ସ୍କୁଲରେ ଆଡମିଶନ ହେଲେ ଫି ବୃଦ୍ଧି ହେବନାହିଁ ।

ସେହିପରି କୌଣସି ସ୍କୁଲ କୌଣସି ନିର୍ଦ୍ଧିଷ୍ଟ ସଂସ୍ଥା ଓ ଦୋକାନଠାରୁ ସ୍କୁଲ ୟୁନିଫର୍ମ କିମ୍ବା ବହି କିଣିବାକୁ ବାଧ୍ୟ ମଧ୍ୟ କରିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅଭିଭାବକ ନିଜ ଇଚ୍ଛା ଅନୁଯାୟୀ ପିଲାମାନଙ୍କ ପାଇଁ ୟୁନିଫର୍ମ ଓ ବହି କିଣିପାରିବେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଥିଲେ । ଏହି ଘୋଷଣାରେ କହିଥିଲେ ଯେ, ଦିଲ୍ଲୀ ପରି ରାଜ୍ୟରେ ମଧ୍ୟ ପ୍ରତି ଘରେ ଘରେ ରାସନ ପହଞ୍ଚିବ ।