ପ୍ରିୟଙ୍କାଙ୍କ ଟାର୍ଗେଟରେ ଯୋଗୀ

ୟୁପି: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି । ଆମେଠିରେ ଜଣେ ଦଳିତ ବାଳିକାଙ୍କୁ ନିର୍ଯାତନା ଦେବା ମାମଲାରେ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଦୀ ।

ସେ କହିଛନ୍ତି ଯେ, ଯଦି ଅପରାଧୀଙ୍କୁ ଗିରଫ କରାନଯାଏ ତେବେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯିବ । ସୂଚନାଯୋଗ୍ୟ ଯେ, ଦଳିତ ବାଳିକାଙ୍କୁ କିଛି ପିଲା ପିଟିବା ସହ ଅଶାଳୀନ ମନ୍ତବ୍ୟ ପ୍ରଦର୍ଶନ କରିବାର ଭିଡିଓ ଭାଇରାଲ ହୋଇଥିଲା । ଏହି ମାମଲାକୁ ନେଇ ପ୍ରିୟଙ୍କା କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡିଛି । ଅନ୍ୟପଟେ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଗିରଫ କରିବା ଲାଗି ପୋଲିସ ତଦନ୍ତ ଚଳାଇଛି ।