ବିଶିଷ୍ଟ ବୈଜ୍ଞାନିକ ଡ. ଏନ୍ ଗୋପାଳକ୍ରିଷ୍ଣନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକବ୍ୟକ୍ତ

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ବୈଜ୍ଞାନିକ ଡ. ଏନ୍‌.ଗୋପାଳକ୍ରିଷ୍ଣନଙ୍କ ପରଲୋକଙ୍କ ଶୋକବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଡ. ଏନ୍‌. ଗୋପାଳକ୍ରିଷ୍ଣନଙ୍କ ପରଲୋକରେ ଦୁଃଖିତ । ସେ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ । ବିଜ୍ଞାନ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଯୋଗଦାନ ଉଲ୍ଲେଖନୀୟ । ତାଙ୍କ ସମୃଦ୍ଧ ଅଧ୍ୟାତ୍ମିକ ଜ୍ଞାନ ଏବଂ ଭାରତୀୟ ଦର୍ଶନ ପ୍ରତି ଆଗ୍ରହ ପାଇଁ ତାଙ୍କର ସମ୍ମାନ କରାଯାଉଥିଲା । ତାଙ୍କ ପରିବାରକୁ ସମବେଦନା ଜଣାଉଛି l ଓମ୍ ଶାନ୍ତି’ ।