ନୂଆଦିଲ୍ଲୀ : ପାକିସ୍ତାନୀ ଲଢୁଆ ବିମାନ ଜେଟ୍ ଏଫ-୧୬ ସହିତ ଆକାଶରେ ଲଢେଇ କରିଥିବା ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପ୍ରମୋଶନ । ତାଙ୍କୁ ଏବେ ଗ୍ରୁପ କ୍ୟାପଟେନ୍ ନିଯୁକ୍ତି ଦିଆଯାଇଛି । ଅଭିନନ୍ଦନ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନର ହୀନ ଉଦ୍ଦେଶ୍ୟର ମୁହଁତୋଡ ଜବାବ ଦେଇ ଆମେରିକି ଏଫ-୧୬ ବିମାନକୁ ମାରି ଖସାଇ ଦେଇଥିଲେ । ଏବେ ଏହି ବାହାଦୂର ଅଧିକାରୀଙ୍କୁ ପଦୋନ୍ନତି ମିଳିଛି । ତାଙ୍କୁ ଗ୍ରୁପ କ୍ୟାପଟେନ୍ ପଦରେ ନିଯୁକ୍ତ କରାଯାଇଛି । ପୁଲୱାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟରେ ଭାରତର ଏୟାରଷ୍ଟ୍ରାଇକ୍ ପରେ ଉତ୍ପନ ଉତ୍ତେଜନା ପରେ ପାକିସ୍ତାନୀ ଲଢୁଆ ବିମାନ ଭାରତୀୟ ସୀମାରେ ପଶିବାକୁ ଚେଷ୍ଟା କରିଥିଲେ । ଭାରତ ଏହାର ମୁହଁତୋଡ ଜବାବ ଦେଇ ପାକିସ୍ତାନ ବିମାନକୁ ଘଉଡାଇ ଦେଇଥିଲା । ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନର ଏଫ-୧୬ ବିମାନକୁ ପିଛା କରି ମାରି ଖସାଇ ଦେଇଥିଲେ ।