‘ଆଇଏନ୍ଏସ୍ ବିକ୍ରାନ୍ତ’ ଡେକ୍ ଉପରେ ନୌସେନା ଯବାନଙ୍କ ଗହଣରେ ଠିଆ ହୋଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରି ଖୁସି ଅନୁଭବ କରିଥିବା କଥା କହିଛନ୍ତି । ସେ କହିଛନ୍ତି, ‘ମୁଁ ଭାରତର ସାମୁଦ୍ରିକ ଶକ୍ତିର ଗୌରବ ଆଇଏନ୍ଏସ୍ ବିକ୍ରାନ୍ତ’ ଉପରେ ଠିଆ ହୋଇଛି ।
ଭାରତର ସାମୁଦ୍ରିକ ଶକ୍ତିକୁ ନିଜେ ଆକଳନ କରିବା ପରେ ମୁଁ ଗଭୀର ଆତ୍ମବିଶ୍ୱାସର ସହିତ କହୁଛି, ଯେ ପର୍ଯ୍ୟନ୍ତ ଆମର ସାମୁଦ୍ରିକ ଶକ୍ତି ସୁଦୃଢ଼ ରହିଛି ସେ ପର୍ଯ୍ୟନ୍ତ କୌଣସି ଦେଶ ଭାରତ ଉପରକୁ କଟାକ୍ଷ କରି ପାରିବନି । ଆଜି ମୁଁ ଏଠାକୁ କେବଳ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଆସିନି, କୃତଜ୍ଞ ଭାରତୀୟ ଭାବେ ଆସିଛି । ଆପଣଙ୍କ ସମର୍ପଣ ପ୍ରତି କୃତଜ୍ଞତା ଜଣାଇବାକୁ ଆସିଛି । ଆପଣଙ୍କ ଶୌର୍ଯ୍ୟ ଓ ବୀରତ୍ୱକୁ ସଲାମ କରିବାକୁ ଆସିଛି ।
ଅପରେସନ୍ ସିନ୍ଦୁର’ ସଫଳତା ପାଇଁ ମୁଁ ଆପଣମାନଙ୍କୁ ସାଧୁବାଦ ଜଣାଉଛି । ପହଲଗାମରେ ଘଟିଥିବା ହୀନ କାରନାମା ପରେ ଭାରତ ଅପରେସନ୍ ସିନ୍ଦୁର’ ଆରମ୍ଭ କଲା । ଆମ ସେନା ଯୋଉ ଜୋସ୍ ଓ ଦୃଢ଼ତାର ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ତାହା ଅଦ୍ଭୁତ ଥିଲା ।