ଇସ୍ଲାମାବାଦ ୧୪/୬: ପାକିସ୍ତାନରୁ ସଂସଦରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ। ସଂସଦରେ ସାଂସଦ ନିଜ ମର୍ଯ୍ୟାଦା ଭୁଲିଯାଇଥିବା ନେଇ ଭିଡିଓରୁ ସ୍ପଷ୍ଟ ଜଣାପଡ଼ିଛି। ସଂସଦ ଭଳି ପବିତ୍ର ସ୍ଥାନରେ ଜଣେ ସାଂସଦ ଏମିତି ଶବ୍ଦର ପ୍ରୟୋଗ କେମିତି କରିପାରିଲେ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।
୧୨ ଜୁନ୍ରେ ସୁଟ୍ କରାଯାଇଥିବା ଏକ ଭିଡିଓରେ ନିଆଜୀ ଜଣେ ମହିଳା ସାଂସଦଙ୍କ ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି। ପାକିସ୍ତାନୀ ସାଂସଦ ଅବଦୁଲ ମଜିଦ ଖାନ ନିଆଜୀ ସାଥି ମହିଳା ସାଂସଦଙ୍କ ସହ ମିଶି ବିରୋଧୀଙ୍କୁ ଥଟ୍ଟା ପରିହାସ କରୁଥିବା ନେଇ ଭିଡିଓରୁ ଜଣାପଡ଼ିଛି। କିନ୍ତୁ ଏହି ସମୟରେ ନିଜର ଭାଷା ଜ୍ଞାନ ଭଲିଯାଇଥିଲେ ଅବଦୁଲ। ସାଥି ସାଂସଦଙ୍କ ସହ ହସ ଖୁସୀ କରୁଥିବା ବେଳେ ବିରୋଧୀ ନେତାଙ୍କୁ ଭିନ୍ନ ଭିନ୍ନ ନାଁରେ ସେ ଡାକୁଥିବା ସ୍ପଷ୍ଟ ଶୁଣିବାକୁ ମିଳିଛି।
ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ଦଳ ଏବେ ପାକିସ୍ତାନରେ ଶାସନ କରୁଛି, ନିଆଜୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ତହରୀକ-ଏ-ଇନସାଫ (ପିଟିଆଇ)ର ସାଂସଦ ।ଅର୍ଥ ମନ୍ତ୍ରୀ ଶୌକତ ତାରିନ ୨୦୨୧-୨୨ ବଜେଟ ଉପସ୍ଥାପନ କରୁଥିବା ବେଳେ ବିରୋଧୀ ହାତରେ ପ୍ଲା କାର୍ଡ ଧରି ସରକାରଙ୍କ ବିରୋଧରେ ଗର୍ଜିଥିଲେ । ଗତ ସପ୍ତାହରେ ଗଧ ସଂଖ୍ୟା ବୃଦ୍ଧି ନେଇ ବିରୋଧୀ ପାକ୍ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲେ।