ଘୁଂଚିଲା ପଞ୍ଜାବ ନିର୍ବାଚନ

ନଆଦିଲ୍ଲୀ: ଘୁଂଚିଲା ପଞ୍ଜାବ ବିଧାନସଭା ନିର୍ବାଚନ । ଆସନ୍ତା ଫେବୃଆରୀ ୧୪ ପରିବର୍ତ୍ତେ ଫେବୃଆରୀ ୨୦ରେ ହେବ ପଞ୍ଜାବ ନିର୍ବାଚନ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ନିର୍ବାଚନ କମିଶନ । ସୂଚନା ମୁତାବକ ପଞ୍ଜାବ ସରକାର ପଞ୍ଜାବରେ ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ । ସେହିପରି ନିର୍ବାଚନ ଘୁଞ୍ଚାଇବା ଲାଗି ରାଜନୈତିକ ଦଳର ଅନୁରୋଧ କ୍ରମେ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି । ଗୁରୁ ରବିଦାସ ଜୟନ୍ତୀ ଅବସରରେ ନିର୍ବାଚନ ତାରିଖକୁ ଅତି କମରେ ୬ ଦିନ ଘୁଞ୍ଚାଇବା ଲାଗି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ନିର୍ବାଚନ ଆୟୋଗଙ୍କ ନିକଟକୁ ପତ୍ର ଲେଖିଥିଲେ ।

ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଞ୍ଜାବ ଜନସଂଖ୍ୟାର ୩୨ ପ୍ରତିଶତ ହେଉଛନ୍ତି ତଫସିଲଭୁକ୍ତ ଜାତି ବର୍ଗର ଲୋକ । ସେମାନେ ଫେବ୍ରୁଆରୀ ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ଗୁରୁ ରବିଦାସଙ୍କ ଜୟନ୍ତୀ ଲାଗି ୟୁପିର ବନାରସକୁ ଯାଇଥାନ୍ତି । ତେଣୁ ୧୪ରେ ହେବାକୁ ଥିବା ନିର୍ବାଚନରେ ସେମାନେ ମତଦାନ କରିବା ଅସୁବିଧା ହେବ । ଅନ୍ୟପକ୍ଷରେ ପଞ୍ଜାବ ଆପ ନେତା ମଧ୍ୟ ନିର୍ବାଚନ ଘୁଞ୍ଚାଇବା ଲାଗି କମିଶନଙ୍କ ନିକଟରେ ଅନୁରୋଧ କରିଥିଲେ ବୋଲି ଜଣାପଡିଛି