ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ ବୃହତ ବିଜୟ ହାସଲ କରିଛି । ଏନେଇ ପଞ୍ଜାବ ଏବେ ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ପାଇବେ । ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ଉପସ୍ଥିତିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ସିଂହ ମାନ । ଏହି ଶପଥ ଉତ୍ସବ ଭଗୱନ୍ତ ସିଂହଙ୍କର ଗାଁ ଖଟକରାଲାନରୋ ହୋଇଥିଲା । ଏହି ଶପଥ ଗ୍ରହଣ ଉତ୍ସବରେ କୌଣସି ଭିଭିଆଇପି ସାମିଲ ହୋଇନଥିଲେ । ତେବେ କେବଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ଉତ୍ସବରେ ସାମିଲ ହୋଇଥିଲେ।
ସେହିପରି ଭଗୱନ୍ତ ମାନଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଏକ ସ୍ୱତନ୍ତ୍ର ଡ୍ରେସ କୋର୍ଡ କରାଯାଇଥିଲା । କେବଳ ସେତିକି ନୁହେଁ ଏହି କାର୍ଯ୍ୟକ୍ରମ ସ୍ଥଳୀକୁ ହଳଦିଆ ରଙ୍ଗରେ ସଜାଯାଇଛି । ସୂଚନାଯୋଗ୍ୟ ଯେ, ପଞ୍ଜାବ ବିଧାନସଭା ନିର୍ବାଚନରେ ଆପକୁ ବହୁମତ ମିଳିଥିଲା । ମୋଟ ୧୧୭ ଆସନରୁ ୯୨ଟି ଆପ ପାର୍ଟିର ବିଧାୟକ ଜିତିଥିଲେ । ସେହିପରି କଂଗ୍ରେସକୁ ୧୮, ବିଜେପିକୁ ୨ ଓ ଅକାଳୀ ଦଳକୁ ୪ଟି ଆସନ ମିଳିଥିବା ବେଳେ ଅନ୍ୟକୁ ଗୋଟିଏ ଆସନରେ ବିଜୟ ମିଳିଥିଲା ।