ମୋହାଲି: ଶିଖର ଧାୱନଙ୍କ ପଞ୍ଜାବ କିଙ୍ଗ୍ସ ବିଜୟରୁ ଆଇପିଏଲ୍ର ଷୋଡ଼ଶ ସଂସ୍କରଣ ଆରମ୍ଭ କରିଛି। ଫ୍ଲଡଲାଇଟ୍ ଫେଲ୍ ଓ ବର୍ଷା ବାଧାପ୍ରାପ୍ତ ଦିବାରାତ୍ର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ୭ ରନ୍ରେ (ଡିଏଲ୍) ଦୁଇ ଥର ବିଜେତା କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି।
ଶିଖର ଧାୱନ ଏବଂ ଭାନୁକା ରାଜପକ୍ଷଙ୍କ ନେତୃତ୍ବରେ ପଞ୍ଜାବ କିଙ୍ଗ୍ସର ଶୀର୍ଷକ୍ରମ ଉପଯୋଗୀ ଅବଦାନ ଦେବାରୁ ଘରୋଇ ଦଳ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା।
ପରେ ୧୬ ଓଭରରେ କେକେଆର୍ ୭ ୱିକେଟରେ ୧୪୬ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା। ଆଉ ଖେଳ ସମ୍ଭବ ହୋଇନଥିଲା। ଡିଏଲ୍ଏସ୍ ନିୟମରେ କେକେଆର୍ ସେତେବେଳେ ୧୫୩ ରନ୍ ଆବଶ୍ୟକ କରୁଥିଲା। ଫଳରେ ପଞ୍ଜାବ ୭ ରନ୍ରେ ବିଜୟୀ ହୋଇଥିଲା।