ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ୪ ମାସ ହେଲା ଯୁଦ୍ଧ ଲାଗିରହିଛି । ଏବେ ପୂର୍ବ ୟୁକ୍ରେନରେ ଆକ୍ରମଣ କରୁଛି ରୁଷ ସେନା । ସଦ୍ୟ ଘଟଣାକ୍ରମେ ଏହା ସମଗ୍ର ଲୁହାଂସ୍କକୁ କବଜା କରିନେଇଛି । ପୂର୍ବରୁ ଏହା ଲିସିଚାଂସ୍କକୁ ନିଜ ଅଧୀନକୁ ନେଇଥିଲା । ପୂର୍ବ ୟୁକ୍ରେନର ଲୁହାଂସ୍କ କ୍ଷେତ୍ରରେ କେବଳ ଲିସିଚାଂସ୍କ ଓ ଅନ୍ୟ କେତେକ ଅଞ୍ଚଳ ୟୁକ୍ରେନ ନିୟନ୍ତ୍ରଣରେ ଥିଲା । ଏବେ ସମଗ୍ର ଲୁହାଂସ୍କକୁ ନେଇଯାଇଛି ପୁଟିନ ସେନା ।