ଆର. ସମ୍ପନ୍ଥନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ବରିଷ୍ଠ ଟିଏନଏ ନେତା ଆର.ସମ୍ପନ୍ଥନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଶ୍ରୀଲଙ୍କାର ତାମିଲ ନାଗରିକଙ୍କ ଶାନ୍ତି, ନିରାପତ୍ତା,ସମାନତା, ନ୍ୟାୟ ଓ ସମ୍ମାନର ଜୀବନ ଧାରଣ ପାଇଁ ଆର. ସମ୍ପନ୍ଥନ କାର୍ଯ୍ୟ କରୁଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ ଲେଖିଛନ୍ତି:

“ବରିଷ୍ଠ ଟିଏନଏ ନେତା ଆର.ସମ୍ପନ୍ଥନଙ୍କ ପରିବାର ଓ ବନ୍ଧୁମାନଙ୍କ ପାଇଁ ମୋର ଗଭୀର ସମବେଦନା । ତାଙ୍କ ସହ ବିଭିନ୍ନ ସମୟରେ ହୋଇଥିବା ସାକ୍ଷାତର ଅନୁଭୂତି ସବୁ ଦିନ ମନେ ରହିବ । ଶ୍ରୀଲଙ୍କାର ତାମିଲ ନାଗରିକଙ୍କ ଶାନ୍ତି, ନିରାପତ୍ତା, ସମାନତା, ନ୍ୟାୟ ଏବଂ ସମ୍ମାନର ଜୀବନ ଧାରଣ ପାଇଁ ସେ ସର୍ବଦା କାର୍ଯ୍ୟ କରୁଥିଲେ । ଶ୍ରୀଲଙ୍କା ଏବଂ ଭାରତରେ ଥିବା ତାଙ୍କ ବନ୍ଧୁ ଓ ଅନୁଗାମୀ ତାଙ୍କ ଅନୁପସ୍ଥିତି ସର୍ବଦା ଅନୁଭବ କରିବେ”।