ରାଫେଲ ଉଡାଇବେ ମହିଳା ଲଢୁଆ ପାଇଲଟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ଲଢୁଆ ରାଫେଲ ଯୁଦ୍ଧ ବିମାନକ ଉଡାଇବେ ମହିଳା ପାଇଲଟ। ରାଫେଲକୁ ବାୟୁସେନାର ୧୭ତମ ସ୍କ୍ବାଡ୍ରନରେ ଅନ୍ତର୍ଭୁକ୍ତ କରାଯାଇଛି। ଆଉ ଏହି ସ୍କ୍ବାଡ୍ରନରେ ବାୟୁସେନାର ୧୦ଜଣ ମହିଳା ପାଇଲଟଙ୍କୁ ବର୍ତ୍ତମାନ ସାମିଲ କରାଯିବା । ଏଥିପାଇଁ ମହିଳା ପାଇଲଟମାନଙ୍କୁ ତାଲିମ ଦିଆଯାଉଛି ରାଫେଲ ଯୁଦ୍ଧ ବିମାନ ଉଡାଇବା ପାଇଁ ଚୟନ ଖୁବଶୀଘ୍ର କରାଯିବ ବୋଲି ଜଣା ପଡ଼ିଛି।

ତାଲିମ ନେଉଥିବା ମହିଳା ପାଇଲଟ ବର୍ତ୍ତମାନ ମିଗ୍ -୨୧ରେ ନିୟୋଜିତ ଅଛନ୍ତି। ମିଗ୍ -୨୧ ଏବଂ ରାଫେଲ ଉଡାଇବାରେ ଅନେକ କିଛି ପାର୍ଥକ୍ୟ ଥିବାରୁ ପାଇଲଟମାନଙ୍କୁ ସେ ନେଇ ତାଲିମ ଦିଆଯାଉଛି। ଚଳିତ ମାସରେ,ଅମ୍ବାଲାରେ ରାଫେଲ ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରାଯାଇଥିଲା। ଏହା ପରେ, ଏହି ବିମାନଗୁଡ଼ିକ ଲଦାଖର ଆକାଶରେ ମଧ୍ୟ ଉଡାଣ ଭରିଥିଲେ।

ଏଠାରେ ପ୍ରକାଶଥାଉକି , ବାୟୁସେନାରେ ମୋଟ ୪୨୩୧ଜଣ ପାଇଲଟଙ୍କ ଆବଶ୍ୟକତା ରହିଥିବା ‌ବେଳେ ବର୍ତ୍ତମାନ ବାୟୁସେନାରେ ପ୍ରାୟ ୩୦୦ଯୁଦ୍ଧ ବିମାନ ପାଇଲଟଙ୍କ ଅଭାବ ରହିଛି। ପ୍ରଥମେ ମହିଳା ପାଇଲଟଙ୍କ ସଂଖ୍ୟା ବହୁତ କମ୍ ଥିବା ବେଳେ ସମୟମୁତାବିକ ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ୨୦୧୬ ମସିହାଠାରୁ ସରକାର ମହିଳା ପାଇଲଟଙ୍କୁ ଯୁଦ୍ଧ ବିମାନ ଚଳାଇବାକୁ ଅନୁମତି ପ୍ରଦାନ କରିଛନ୍ତି।