କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କଲେ ରାହୁଲ
କିମ୍ବା ସରକାର କୌଣସି ତଥ୍ୟ ବାଣ୍ଟିବାକୁ ଚାହାଁନ୍ତି ନାହିଁ ଯାହା ଦ୍ୱାରା ଜରୁରୀ ପ୍ରସଙ୍ଗରେ ଏହାର ଉତ୍ତର ଦେବାକୁ ପଡ଼ିବ ନାହିଁ….
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଯେ, ଏହିସରକାର ସତ୍ୟକୁ ଲୁଚାଇବାକୁ ଚାହୁଁଛନ୍ତି । ବିରୋଧି ଦଳ ଦାବି କରୁଥିବା କୌଣସି ଆକଳନକୁ ଏହି ସରକାର ଅଂଶୀଦାର କରନ୍ତି ନାହିଁ । ରାହୁଲ କହିଛନ୍ତି ଯେ, କରୋନା ଅବଧିରେ ଅମ୍ଳଜାନ ଅଭାବରୁ ମ୍ୟତ୍ୟୁବରଣ କରିଥିବା, କୃଷକଙ୍କ ଆନ୍ଦୋଳନରେ କୃଷକଙ୍କ ମୃତ୍ୟୁ, ଲିଂଚିଙ୍ଗ, ସାମ୍ବାଦିକଙ୍କୁ ଗିରଫ କରିବା ଭଳି କେନ୍ଦ୍ର ସରକାର କୌଣସି ତଥ୍ୟ ପ୍ରଦାନ କରୁନାହାଁନ୍ତି । କିମ୍ବା ସରକାର କୌଣସି ତଥ୍ୟ ବାଣ୍ଟିବାକୁ ଚାହାଁନ୍ତି ନାହିଁ ଯାହା ଦ୍ୱାରା ଜରୁରୀ ପ୍ରସଙ୍ଗରେ ଏହାର ଉତ୍ତର ଦେବାକୁ ପଡ଼ିବ ନାହିଁ ।