ଆସନ୍ତାବର୍ଷ ବିବାହ କରିବେ ରାହୁଲ-ଆଥିଆ
ରିପୋର୍ଟ ଅନୁଯାୟୀ, ଆଥିଆ-ରାହୁଲଙ୍କ ପରିବାର ବିବାହ ଯୋଜନାକୁ ବଢାଇବାକୁ ଯୋଜନା କରୁଛନ୍ତି….
ମୁମ୍ୱାଇ : ପ୍ରଶଂସକମାନେ ଅଭିନେତ୍ରୀ ଆଥିଆ ଶେଟ୍ଟି ଓ କେ.ଏଲ ରାହୁଲଙ୍କ ବିବାହ ଦେଖିବାକୁ ଅପେକ୍ଷା କରି ରହିଛନ୍ତି । ପ୍ରଶଂସକମାନେ ଚାହୁଁଛନ୍ତି ଯେ ରାହୁଲ-ଆଥିଆ ଯଥାଶୀଘ୍ର ବିବାହ ବନ୍ଧନରେ ବାନ୍ଧିହୁଅନ୍ତୁ । କିନ୍ତୁ ଯାହା ଜଣାପଡୁଛି ଯେ, ଏହି ଦମ୍ପତ୍ତି ଏତେ ଶୀଘ୍ର ବିବାହ କରିବାକୁ ନାରାଜ । ରିପୋର୍ଟ ଅନୁଯାୟୀ, ଆଥିଆ-ରାହୁଲଙ୍କ ପରିବାର ବିବାହ ଯୋଜନାକୁ ବଢାଇବାକୁ ଯୋଜନା କରୁଛନ୍ତି । ରିପୋର୍ଟ ଅନୁଯାୟୀ ଉଭୟଙ୍କ ବିବାହ ୨୦୨୩ରେ ହେବ । ଯଦିଓ ଏପର୍ଯ୍ୟନ୍ତ କୌଣସି ତାରିଖ ସ୍ଥିର କରାଯାଇ ନାହିଁ ।