ପୋଲିସ ମୋତେ ପିଟିଲା, ଆଗକୁ ଛାଡ଼ିଲାନି: ରାହୁଲ

ଲକ୍ଷ୍ନୌ: ଆଜି ହାଥରାସ ଅଭିମୁଖେ ଶୋଭାଯାତ୍ରା କରିବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତରପ୍ରଦେଶ ପୋଲିସ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପ୍ରତିଷେଧକ ମୂଳକ ଭାବେ ଅଟକ ରଖିଛି। ଉଭୟ ଗଣଦୁଷ୍କର୍ମ ପରେ ଜୀବନ ହାରିଥିବା ୧୯ ବର୍ଷ ବୟସ୍କା ଦଳିତ ମହିଳାଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ଯାଉଥିଲେ।

Hathras rape case Live Updates: Rahul Gandhi pushed to ground, in preventive custody after faceoff with cops

ନୋଏଡା ଏଡିସିପି ରଣବିଜୟ ସିଂ ଏନେଇ କହିଛନ୍ତି ଯେ, “ଆମେ ସେମାନଙ୍କୁ (ରାହୁଲ ଏବଂ ପ୍ରିୟଙ୍କା) ଏଠାରେ ଅଟକାଇଛୁ। ମହାମାରୀ ଆଇନର ଉଭୟେ ଉଲ୍ଲଂଘନ କରିଛନ୍ତି। ଆମେ ସେମାନଙ୍କୁ ଆଗକୁ ବଢ଼ିବାକୁ ଦେବୁ ନାହିଁ”। ଘଟଣାସ୍ଥଳରେ ରାହୁଲ ଗାନ୍ଧୀ ଏବଂ ପୋଲିସ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି। ପୋଲିସ ତାଙ୍କୁ କେଉଁ ବ୍ୟବସ୍ଥାରେ ଅଟକ ରଖିଛି ବୋଲି ପଚାରିଥିଲେ ରାହୁଲ।

ଏହା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ପୋଲିସ ତାଙ୍କୁ ଲାଟିଚାର୍ଜ କରି ତଳେ ପକାଇ ଦେଇଛି। ସେ କହିଛନ୍ତି, “ବର୍ତ୍ତମାନ ପୋଲିସ ମୋତେ ଠେଲି ଦେଇଛି, ମୋତେ ଲାଟିଚାର୍ଜ କରି ଭୂମିରେ ଫିଙ୍ଗି ଦେଇଛି। ମୁଁ ପଚାରିବାକୁ ଚାହେଁ, କେବଳ ମୋଦି ଜୀ ଏହି ଦେଶରେ ଚାଲିପାରିବେ କି? ଜଣେ ସାଧାରଣ ଲୋକ ଚାଲିପାରିବେ ନାହିଁ? ଆମର ଗାଡି ଅଟକି ଯାଇଥିଲା ତେଣୁ ଆମେ ଚାଲିବା ଆରମ୍ଭ କଲୁ”। ରାହୁଲ ଗାନ୍ଧୀ ହାଥରାସ ଅଭିମୁଖେ ବାହାରିଥିବା ବେଳେ ଯମୁନା ଏକ୍ସପ୍ରେସ ୱେରେ ତାଙ୍କୁ ଅଟକାଯାଇଛି।