ମ୍ୟୁନିକରେ ଗର୍ଲଫ୍ରେଣ୍ଡଙ୍କ ସହ ଛୁଟି କାଟୁଛନ୍ତି ରାହୁଲ
ଆଥିଆ ଏବଂ କେ.ଏଲ ରାହୁଲ ଉଭୟ ପରସ୍ପରକୁ ପ୍ରାୟ ୩ ବର୍ଷ ହେବ ଡେଟ କରୁଛନ୍ତି…
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲ ଆହତ କାରଣରୁ ଦଳରୁ ବାଦ ପଡିଛନ୍ତି । ନିକଟରେ ଜର୍ମାନୀରେ ତାଙ୍କର ସର୍ଜରୀ ହୋଇଛି । ସର୍ଜରୀ ପରେ ସେ ଏବେ ଗର୍ଲଫ୍ରେଣ୍ଡ ଆଥିଆ ସେଟ୍ଟୀଙ୍କ ସହ ମ୍ୟୁନିକରେ ଛୁଟି କାଟୁଛନ୍ତି । ତାଙ୍କ ସହ ଅଛନ୍ତି ବଲିଉଡ ଅଭିନେତ୍ରୀ ଆକାଂକ୍ଷା ରଞ୍ଜନ ନଜର ଆସିଛନ୍ତି । ଆକାଂକ୍ଷା ତାଙ୍କ ଇନରେ ଫଟୋ ଶେୟାର କରିଛନ୍ତି । ଫଟୋ ୩ ଜଣ ମଜା କରୁଥିବା ଦେଖିବାକୁ ମିଳିଛି । ଆଥିଆ ଏବଂ କେ.ଏଲ ରାହୁଲ ଉଭୟ ପରସ୍ପରକୁ ପ୍ରାୟ ୩ ବର୍ଷ ହେବ ଡେଟ କରୁଛନ୍ତି । ରାହୁଲଙ୍କ ସର୍ଜରୀ ସମୟରେ ଆଥିଆ ତାଙ୍କ ସହିତ ଜର୍ମାନୀରେ ଥିଲେ । ଗୋଡରେ ଆଘାତ ଲାଗିଥିବାରୁ ସେ ଜର୍ମାନୀରେ ସର୍ଜରୀ କରିଛନ୍ତି ।