ନୂଆଦିଲ୍ଲୀ: ଆସନ୍ତା ୨୫ରୁ ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨ଟି ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି । ଏହି ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତୀୟ କ୍ରିକେଟ ଟିମର ଆଗ ଧାଡିର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଦଳରୁ ବାଦ ପଡିଛନ୍ତି । ଖବର ଅନୁଯାୟୀ, ତାଙ୍କ ମାଂଶପେସୀରେ ଯନ୍ତ୍ରଣା ଯୋଗୁ ସେ ଏହି ସିରିଜରୁ ବାଦ ପଡିଛନ୍ତି । ଏହି ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଖେଳୁନଥିବାବେଳେ ରାହୁଲ ବାଦ ପଡିବା କ୍ରିକେଟ ଫ୍ୟାନଙ୍କୁ ନିରାଶ ହେବାକୁ ପଡିଛି ।
ରାହୁଲଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିଥିବା ନେଇ ସୂଚନା ଦେଇଛି ବିସିସିଆଇ । ବିସିସିଆଇ କହିଛି ଯେ, ମାଂଶପେସୀରେ ଯନ୍ତ୍ରଣା ହେତୁ ଟପ ଅର୍ଡର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଏହି ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ସାମିଲ କରାଯାଇଛି । ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ମ୍ୟାଚ ଆସନ୍ତା ୨୫ରେ କାନପୁରରେ ଖେଳାଯିବ