ମୁମ୍ବାଇ : ଲକ୍ଷେ୍ନø ସୁପର ଜିଆଣ୍ଟସର ଅଧିନାୟକ ଲୋକେଶ ରାହୁଲ ନିଜର ୧୦୦ତମ ଆଇପିଏଲ ମ୍ୟାଚରେ ସେଞ୍ଚୁରୀ ମାରିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷେ୍ନø ଦମଦାର ବ୍ୟାଟିଂ କରିଥିଲା । ଅଧିନାୟକ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ଫଳରେ ଶତକ ଅର୍ଜନ କରିଛନ୍ତି । ସେ ଏହି ସିଜିନରେ ଶତକ ହାସଲ କରିବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି । ପୂର୍ବରୁ ରାଜସ୍ଥାନ ରୟାଲ୍ସର ଜୋସ ବଟଲର ଆଇପିଏଲରେ ପ୍ରଥମ ଶତକ ଅର୍ଜନ କରିଥିଲେ ।
ଅନ୍ୟପକ୍ଷରେ ଅଧିନାୟକ ଭାବେ ରାହୁଲଙ୍କ ଏହା ଦ୍ୱିତୀୟ ଶତକ । ଅଧିନାୟକ ଭାବେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ବିରାଟ କୋହଲିଙ୍କ ନାମରେ ରହିଛି । ସେହିପରି ରାହୁଲ ୧୦୦ତମ ମ୍ୟାଚରେ ଶତକ ହାସଲ କରିବାରେ ପ୍ରଥମ ଖେଳାଳି ହେବାର ରେକର୍ଡ କରିଛନ୍ତି । ପୂର୍ବରୁ ୧୦୦ ତମ ମ୍ୟାଚରେ ସର୍ବାଧିକ ରନ କରିବାର ରେକର୍ଡ ଫାଫ ଡୁପ୍ଲେସିସଙ୍କ ନାମରେ ରହିଥିଲା ।