ଚେନ୍ନାଇରେ ବର୍ଷା ବିପତ୍ତି

ଚେନ୍ନାଇ : ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଏକପ୍ରକାର ଠପ ହୋଇଯାଇଛି । ପରିସ୍ଥିତି ଏପରି ହୋଇଛି ଯେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୩ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଚେନ୍ନାଇ ସହରର ଶତାଧିକ ରାସ୍ତା ଜଳମଗ୍ନ ହୋଇଯାଇଛି । ଫଳରେ ଗ୍ରେଟର ଚେନ୍ନାଇ ନିଗମର ଅଧିକାରୀ ଓ କର୍ମଚାରୀମାନେ ଜଳ ନିଷ୍କାସନ କାମରେ ଲାଗିପଡିଛନ୍ତି ।