ରାଜଙ୍କ ଉପରେ ସେବିର ଛାଟ

ମୁମ୍ବାଇ : ପର୍ଣ୍ଣ ଫିଲ୍ମ ନିର୍ମାଣ ମାମଲାରେ ଫସିଥିବା ରାଜକୁନ୍ଦ୍ରାଙ୍କ ଉପରେ ଏବେ ପଡିଛି ସେବିର ଛାଟ । ସେବି ରାଜ କୁନ୍ଦ୍ରାଙ୍କ ସହ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ କମ୍ପାନୀ ଭିଆନ ଇଣ୍ଡଷ୍ଟ୍ରୀଜ ଉପରେ ୩ ଲକ୍ଷର ଜରିମାନା ଲଗାଇଛି । ଅନ୍ତଃର୍ନିହିତ ବାଣିଜ୍ୟ ନିୟମ ଉଲ୍ଲଂଘନ ଆଧାରରେ ଏହି ଜରିମାନା ଲଗାଯାଇଛି । ନିଜ ନିଷ୍ପତ୍ତିରେ ବଜାର ନିୟାମକ କହିଛି ଯେ, ସେ ୨୦୧୩ ସେପ୍ଟେମ୍ବରରୁ ୨୦୧୫ ଡିସେମ୍ବର ୨୩ ଅବଧି ସମୟରେ ଭିଏନା ଇଣ୍ଡଷ୍ଟ୍ରିର (ପୂର୍ବ ଯାହା ହିନ୍ଦୁସ୍ତାନ ସେଫଟି ଗ୍ଲାସ୍‌ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ନାମରେ ଥିଲା) କାରବାରର ଯାଞ୍ଚ କରାଯାଇଥିଲା । ଏହି ଅବଧିବେଳେ ଜଣାପଡିଛି ଯେ, ରାଜ କୁନ୍ଦ୍ରା, ଶିଳ୍ପା ସେଟ୍ଟୀ ଓ ଭିଏନା ଇଣ୍ଡଷ୍ଟ୍ରିଜ ସେବିର ବିନିମୟମ ନିୟମର ଉଲ୍ଲଂଘନ କରିଥିଲେ । ଏହି କାରଣରୁ ସେମାନଙ୍କ ଉପରେ ୩ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଏହା ପୂର୍ବରୁ ମୁମ୍ବାଇର ଏକ ଅଦାଲତ ପର୍ଣ୍ଣଗ୍ରାଫି ଫିଲ୍ମ ନିର୍ମାଣ କରିବା ଏବଂ ଏହାକୁ ଆପ୍ସ ଜରିଆରେ ପ୍ରସାରିତ କରିବା ମାମଲାରେ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ରାଜ କୁନ୍ଦ୍ରାଙ୍କୁ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡିବ ।