ବିସିସିଆଇ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ରାଜୀବ

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ସମ୍ବିଧାନ ଅନୁଯାୟୀ ଶୁକ୍ଳାଙ୍କୁ ଉପାଧ୍ୟକ୍ଷ ପଦ ଛାଡିବାକୁ ପଡିବ….

ନୂଆଦିଲ୍ଲୀ : ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ନିଜ ପଦରୁ ଇସ୍ତଫା ଦେବେ । ଶୁକ୍ଳା ସଂସଦର ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଛନ୍ତି । ରାଜ୍ୟସଭାର ସଦସ୍ୟ ଭାବେ ଶୁକ୍ଳା ଶପଥ ଗ୍ରହଣ କରିଛନ୍ତି । ବିସିସିଆଇର ସମ୍ବିଧାନ ଅନୁଯାୟୀ, କୌଣସି ବି ବ୍ୟକ୍ତି ଏକ ସଙ୍ଗେ ଦୁଇଟି ପଦରେ ରହି ପାରିବେ ନାହିଁ । ବିସିସିଆଇର ଶୀର୍ଷ ପରିଷଦ ବୈଠକରେ ଏହାର ଘୋଷଣା କରାଯିବାର ସମ୍ଭାବନା ରହିଛି । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ସମ୍ବିଧାନ ଅନୁଯାୟୀ ଶୁକ୍ଳାଙ୍କୁ ଉପାଧ୍ୟକ୍ଷ ପଦ ଛାଡିବାକୁ ପଡିବ । ଏହି ବିଷୟରେ ଅଧିକ ଆଲୋଚନା କରିବାକୁ ସୁଯୋଗ ମିଳିନାହିଁ । କାରଣ ଅଧିକାଂଶ ପଦାଧିକାରୀ ଇଂଲଣ୍ଡରେ ଥିଲେ । ତେଣୁ ଆଗାମୀ ବୈଠକରେ ଏହାର ଘୋଷଣା କରାଯିବ ।