ମୁମ୍ବାଇ: ଡ୍ରଗ୍ସ ଲିଙ୍କ ସମ୍ପର୍କରେ ଏନସିବି ଟିମ୍ ଅଭିନେତ୍ରୀ ରାକୁଲ ପ୍ରୀତଙ୍କୁ ପଚରାଉଚରା କରିବ। ଏନେଇ ସମନ ପାଇବା ପରେ ଜେରା ପାଇଁ ରାକୁଲ ପ୍ରୀତ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ରାକୁଲଙ୍କ ଡ୍ରଗ୍ସ ଚାଟ୍ କୁ ନେଇ ଏନସିବି ଜେରା କରିବାକୁ ଥିବା ବେଳେ ଅନେକ ଗୁମର ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। ଏନସିବିର ଜେରା ସମୟରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ରାକୁଲଙ୍କ ନାଁ ନେଇଥିଲେ।
ତେବେ ଜେରା ପାଇଁ ବୁଧବାର ରାକୁଲଙ୍କୁ ସମନ ପଠାଯାଇଥିବା ବେଳେ ଗୁରୁବାର ତାଙ୍କୁ ଏନସିବି କାର୍ଯ୍ୟାଳୟକୁ ଆସିବା ପାଇଁ କୁହାଯାଇଥିଲା। କିନ୍ତୁ ସେ ସମନ ପାଇନଥିବା କହି ଏନସିବି କାର୍ଯ୍ୟାଳୟରେ ପହଞ୍ଚିନଥିଲେ। ଗୁରୁବାର ତାଙ୍କୁ ଏନସିବି ପକ୍ଷରୁ ସମନ ମିଳିବା ପରେ ଶୁକ୍ରବାର ସେ ଜେରା ପାଇଁ ପହଞ୍ଚିଛନ୍ତି। ରାକୁଲ ପ୍ରୀତ ସିଂଙ୍କ ପରେ ଏନସିବି କରିସ୍ମା ପ୍ରକାଶଙ୍କୁ ପଚରାଉଚରା କରିବ। ଜେରା ପାଇଁ କରିସ୍ମା ଏନସିବି କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି ।

ସୂଚାନଯୋଗ୍ୟ ଯେ, ଡ୍ରଗ୍ସ ଲିଙ୍କକୁ ଏନସିବି ବଲିଉଡର ୫୦ ଅଭିନେତା ଓ ଅଭିନେତ୍ରୀଙ୍କ ନାଁ ପ୍ରସ୍ତୁତ କରିଛି। ଏହାକୁ ନେଇ ଅନେକ ବଲିଉଡ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି ଓ ସେମାନଙ୍କୁ ଏନସିବି ଧୀରେ ଧୀରେ ସମନ ପଠାଇ ଜେରା କରିବ ବୋଲି ବେଶ ଚର୍ଚ୍ଚା ହେଉଛି। ତେଣୁ ଖୁବଶିଘ୍ର ଡ୍ରଗ୍ସ ଲିଙ୍କରେ ଅନେକ ବଡ ବଡ ବଲିଉଡ ଷ୍ଟାରଙ୍କର ପର୍ଦାଫାଶ ହେବ ବୋଲି ଏନସିବି କହିଛି ।