ମୁମ୍ବାଇ : ନିକଟରେ ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ‘ରାମ ସେତୁ’ର ସୁଟିଂ ଶେଷ କରିଛନ୍ତି । ଏନେଇ ସେ ନିଜେ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।
ସେହିପରି ସେ ପ୍ରକାଶ କରିଛନ୍ତି ଯେ, ଏହି ରାମ ସେତୁ ଚଳଚ୍ଚିତ୍ର ନିର୍ମାଣରେ ଏତେ କଥା ଶିଖିବାକୁ ପାଇଲେ ଯେ ତାଙ୍କୁ ସ୍କୁଲ୍ ଫେରିଲା ଭଳି ଅନୁଭବ ହେଉଥିଲା । ରାମ ସେତୁ ସୁଟିଂ ଶେଷ ହେବା ସମୟର ଏକ ଭିଡିଓ ପୋଷ୍ଟ କରିଛନ୍ତି ଅକ୍ଷୟ । ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ସହିତ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିସ୍ ଓ ନୂସରତ ନଜର ଆସିବେ । ଏହା ଚଳିତବର୍ଷ ଦୀପାବଳିରେ ରିଲିଜ କରିବାକୁ ଯୋଜନା କରାଯାଇଛି ।