ଫିଲପାଇନ୍ସରେ‘ରାୟ’ର ତାଣ୍ଡବ: ୨୩ ମୃତ

ମାନିଲା : ଫିଲପାଇନ୍ସ ଅତିକ୍ରମ କରିଥିବା ସାମୁଦ୍ରିକ ବାତ୍ୟା ‘ରାୟ’ ବିଭିନ୍ନ ସ୍ଥାନରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି । ସିଆରଗାଓ ଦ୍ୱୀପ ବାତ୍ୟାରେ ଛିନଭିନ ହୋଇଯାଇଥିବା ବେଳେ ଭିସାୟ ଓ ଦକ୍ଷିଣ ଦ୍ୱୀପ ମିଣ୍ଡାନାଓରେ ମଧ୍ୟ ପ୍ରଳୟରୁ ବାଦ ପଡିନି । ସବୁ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଥିବା ଜାତୀୟ ବିପର୍ଯ୍ୟୟ ପ୍ରସମନ ସଂସ୍ଥାଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶକ ଏନେଇ ସୂଚନା ଦେଇଛନ୍ତି । ତେବେ ସାମୁଦ୍ରିକ ବାତ୍ୟା ଆସୁଥିବାରୁ ସରକାର ୩ ଲକ୍ଷରୁ ଅଧିକ ଲୋକଙ୍କୁ ପୂର୍ବରୁ ସ୍ଥାନାନ୍ତରିତ କରିଦେଇଥିଲେ । ଏଣୁ କ୍ଷୟକ୍ଷତି ତୁଳନାରେ ମୃତ୍ୟୁ ସଂଖ୍ୟା ଅଧିକ ହୋଇନପାରେ ବୋଲି ଆଶା କରାଯାଉଛି ।

ବାତ୍ୟାରେ ସୁରିଗାଓ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି । ତେବେ ପିଲପାଇନ୍ସ କଷ୍ଟଗାର୍ଡ ଟ୍ୱିଟରରୁ ଯେତିକି ଛବିମିଳିଛି ସେଥିରୁ ରାୟ କେତେ ଭୟଙ୍କର ଥିଲା ତାହା ସହଜରେ ଅନୁମାନ କରାଯାଇପାରେ । ପବନର ବେଗ ଘଣ୍ଟାପ୍ରତି ୧୯୫ କିଲୋମିଟରରୁ ୨୭୦ କିଲୋମିଟରକୁ ଛୁଇଁଥିଲା । ଗ୍ରାମାଞ୍ଚଳରେ ରହିଥିବା ଲୋକେ ବାତ୍ୟାବେଳେ ଗଛ ଓ ଘର କାନ୍ଥ ତଳେ ଦବି ପ୍ରାଣ ହରାଇଥିବାର ଆଶା କରାଯାଉଛି । ଏଥିରେ ୧୨ଟି ଶବ ଉଦ୍ଧାର କରାଯାଇଥିବା ସୂଚନାରୁ ଜଣାପଡିଛି । ତେବେ ବାତ୍ୟାର ପ୍ରଭାବ ଏବେ ଦକ୍ଷିଣ ଭିଏତନାମ ଉପକୂଳ ସହରମାନଙ୍କ ଉପରେ ପଡିବାରେ ଲାଗିଲାଣି । ଫିଲପାଇନ୍ସରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଏହା ଏବେ ଦକ୍ଷିଣ ଚୀନ ସମୁଦ୍ରରେ ତାର ଉଗ୍ରରୂପ ଧାରଣ କରିଛି । ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ପବନ ସହ ପ୍ରବଳ ବର୍ଷା ଲାଗି ରହିଛି ।