ଖୁବଶୀଘ୍ର ଦରବୃଦ୍ଧିରୁ ମିଳିବ ଆଶ୍ୱସ୍ତି: ଆରବିଆଇ

ଆର୍ଥିକ ଅଭିବୃଦ୍ଧିକୁ ନେଇ ଭଲ ସଙ୍କେତ ଦେଖାଦେଇଛି…

ନୂଆଦିଲ୍ଲୀ: ଆଗାମୀ କିଛି ମାସ ମଧ୍ୟରେ ଦେଶବାସୀଙ୍କୁ ଦରବୃଦ୍ଧିରୁ ଆଶ୍ୱସ୍ତି ମିଳିବ । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ୬ ମାସରେ ଦରଦାମ କମିବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆସ୍ଥା ପ୍ରକଟ କରିଛନ୍ତି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ କହିଛନ୍ତି ଯେ, କେନ୍ଦ୍ରୀୟ ବ୍ୟାଙ୍କ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ସମସ୍ତ ପ୍ରକାର ମୌଦ୍ରିକ ଉପାୟ ଜାରି ରଖିବ । ଆର୍ଥିକ ଅଭିବୃଦ୍ଧିକୁ ନେଇ ଭଲ ସଙ୍କେତ ଦେଖାଦେଇଛି । କୌଟିଲ୍ୟ ଆର୍ଥିକ ସମ୍ମିଳନୀ ଉଦଘାଟନ ଅବସରରେ ଶକ୍ତିକାନ୍ତ ଦାସ ଆହୁରି କହିଛନ୍ତି ଯେ, ଦେଶର ଆର୍ଥିକ ସଙ୍କଟରେ ମୁଦ୍ରାସ୍ଫୀତି ହେଉଛି ଲୋକଙ୍କ ବିଶ୍ୱାସର ମାପକ । ୨୦୨୨-୨୩ର ପ୍ରଥମ ୩ ମାସ ଅର୍ଥାତ୍‌ ଏପ୍ରିଲରୁ ଜୁନ୍‌ ସୁଧାର ଆଡକୁ ସଙ୍କେତ ଦେଉଛି ।