ମୁମ୍ବାଇ: ସ୍ପାଇଡର୍-ମ୍ୟାନ: ନୋ ୱେ ହୋମ୍ ଗତ ଡିସେମ୍ବର ୧୬ରେ ଭାରତରେ ରିଲିଜ୍ ହୋଇଛି । ଲମ୍ବା ସମୟ ଧରି ଏହି ଫିଲ୍ମର ରିଲିଜ୍ ଅପେକ୍ଷାରେ ଥିଲେ । କୋଭିଡ୍ ମହାମାରୀ ଯୋଗୁ ଏହି ଫିଲ୍ମ ରିଲିଜ୍ ହୋଇପାରି ନଥିଲା । ହେଲେ ଏବେ ଦର୍ଶକଙ୍କ ଦମଦାର୍ ରେସପନ୍ସ ମିଳିଛି ।
ଫିଲ୍ମଟି ପ୍ରଥମ ଦିନରେ ହିଁ ଭଲ ବ୍ୟବସାୟ କରିଛି । ଏହି ଫିଲ୍ମ ପ୍ରଥମ ଦିନରେ ୩୨.୨୭ କୋଟି ଟଙ୍କା ବ୍ୟବସାୟ କରିବା ସହ ଅନେକ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି । ଦ୍ୱିତୀୟ ଦିନରେ ବକ୍ସଅଫିସ୍ କଲେକ୍ସନ୍ ହ୍ରାସ ପାଇଛି । କାରଣ ସାଉଥ୍ରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ରିଲିଜ୍ ହୋଇଛି । ସ୍ପାଇଡର୍-ମ୍ୟାନ: ନୋ ୱେ ହୋମ ଦୁଇଦିନରେ ୫୫ କୋଟି ଆୟ କରିଛି । ଏହା ସହଆଗକୁ ଏହାର ଆୟ ବଢିବା ସହ ରେକର୍ଡ ଭାଙ୍ଗିବା ବୋଲି ଆଶା କରାଯାଉଛି ।