ପାରାମେଡିକାଲ କର୍ମଚାରୀଙ୍କୁ ମିିଳିବ ନିଯୁକ୍ତି: ମୁଖ୍ୟମନ୍ତ୍ରୀ ଯୋଗୀ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ….

ଲକ୍ଷେ୍ନø: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ଘୋଷଣା କରିଛନ୍ତି । ଆଗାମୀ ୬ ମାସ ମଧ୍ୟରେ ୧୦ହଜାର ପାରାମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦେବେ । ମୁଖ୍ୟମନ୍ତ୍ରୀ ଯୋଗୀ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଯୋଜାନାର ପ୍ରସ୍ତୁତିକରଣକୁ ଦୃଷ୍ଟିରେ ରଖି କହିଛନ୍ତି ଯେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ପାରାମେଡିକାଲ କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି । େିହପରି କୋଭିଡ-୧୯ ମହାମାରୀ ଆମ ସମସ୍ତଙ୍କୁ ପାରାମେଡିକାଲ କର୍ମଚାରୀଙ୍କ ମହତ୍ୱ କ’ଣ ତାହା ଦେଖାଇଛି । ସ୍ୱାସ୍ଥ୍ୟ ବିଭାଗ ଆଗାମୀ ୬ ମାସ ମଧ୍ୟରେ ରାଜ୍ୟରେ ୧୦ ହଜାର ପାରାମେଡିକାଲ କର୍ମଚାରୀଙ୍କ ନିଯୁକ୍ତି ଉପରେ କାମ କରନ୍ତୁ । ସେହିପରି ମୁଖ୍ୟମନ୍ତ୍ରୀ ଚିକିତ୍ସା ସେବାକୁ ସୁପରିଚାଳିତ କରିବା ପାଇଁ ଡାକ୍ତର ଓ ନର୍ସଙ୍କ ପର୍ଯ୍ୟାପ୍ତ ମୁତୟନ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।