ମାଗଣା ଯୋଜନା ପାଇଁ ପରିଶ୍ରମକୁ ମନା

ମାଗଣା ଯୋଜନାକୁ ନେଇ ବର୍ଷିଲେ ଉଚତ୍ତମ ନ୍ୟାୟାଳୟ ।

ଦେଶରେ ବିଭିନ୍ନ ରାଜ୍ୟରେ ଚାଲିଥିବା ମାଗଣା ଯୋଜନା କୁ ନେଇ କୋପ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ସେ କହିଛନ୍ତି ଏଭଳି ମାଗଣା ଯୋଜନା ପ୍ରକାଶ କରିବା ଫଳରେ ଲୋକମାନେ ପରିଶ୍ରମ କୁ ଏଡେଇ ଦେଉଛନ୍ତି କାମ କରିବାକୁ ମନ ବଳଉନାହାନ୍ତି ।

ଏମିତି ଦେଖିବାକୁ ମିଳିଛି ଦିଲ୍ଲୀ ନିର୍ବାଚନରେ ପୂର୍ବରୁ ଆପ, ବିଜେପି ଓ କଂଗ୍ରେସ ଲୋକଙ୍କ ପାଇଁ ଅନେକ ମାଗଣା ଯୋଜନା ଘୋଷଣା କରିଥିଲେ । ସହରାଞ୍ଚଳରେ ମାଗଣା ଘର ଦେବା ପାଇଁ ପ୍ରତିଶୃତି ଦେଇ ଏମିତି ଏକ ମାମଲା ରୁଜୁ ହୋଇଛି କୋର୍ଟ ରେ ଯାହାର ଶୁଣାଣି ସମୟରେ ଏହିଭଳି କହିଛନ୍ତି କୋର୍ଟ । ବର୍ତମାନ ପାଇଁ ଏହି ମାମଲାର ଶୁଣାଣିକୁ ୬ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି ।