ମହାକାଶରୁ ଫେରିଲେ, ପରିବାରକୁ ଭେଟିଲେ ଶୁଭାଂଶୁ

ମହାକାଶରେ ୧୮ ଦିନ ବିତାଇ ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠକୁ ଫେରି ଆସିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ବୁଧବାର ଦିନ ଶୁଭାଂଶୁ ତାଙ୍କ ପରିବାର ନିକଟରେ ପହଂଚିଥିଲେ । ଶୁଭାଂଶୁଙ୍କ ପତ୍ନୀ କାମନା ଓ ପୁଅ କିୟାସ୍ ଏବେ ହୋଷ୍ଟନରେ ଅଛନ୍ତି । ମଙ୍ଗଳବାର ଦିନ ଶୁଭାଂଶୁଙ୍କ ସମେତ ଚାରିଜଣ ମହାକାଶଚାରୀ ପୃଥିବୀକୁ ଫେରିଥିଲେ । ଶୁଭାଂଶୁ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହାକାଶଚାରୀ ଯେ ପ୍ରଥମ ଥର ପାଇଁ ମହାକାଶରେ ଭାସମାନ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ପରିଦର୍ଶନ କରିଛନ୍ତି ।