ଫେରିଲେ ଅଧିନାୟକ ରୋହିତ ଶର୍ମା

ନୂଆଦିଲ୍ଲୀ : ଇଞ୍ଜୁରୀ ସମସ୍ୟା ଲାଗି ବାଦ ପଡିଥିବା ଅଧିନାୟକ ରୋହିତ ଶର୍ମା ଭାରତୀୟ ଦଳକୁ ଫେରିଛନ୍ତି । ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି । ଦିନିକିଆ ଓ ଟି-୨୦ ସିରିଜରେ ଦଳର ନେତୃତ୍ୱ ନେବେ ରୋହିତ ଶର୍ମା ଓ ଉପ ଅଧିନାୟକ ଦାୟିତ୍ୱ ନେବେ ଓପନିଂ ବ୍ୟାଟ୍ସମ୍ୟାନ କେଏଲ ରାହୁଲ । ସେହିପରି ସ୍ପିନର କୁଲଦୀପ ଯାଦବ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ତେବେ ଯଶପ୍ରୀତ ବୁମରା ଏବଂ ମହମ୍ମଦ ଶାମିଙ୍କୁ ଉଭୟ ସିରିଜରୁ ବିଶ୍ରାମ ଦିଆଯିବା ସହ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦଳରୁ ବାଦ୍‌ ଦିଆଯାଇଛି । ଅନ୍ୟପକ୍ଷରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପ ଅଧିନାୟକ), ବିରାଟ କୋହଲି, ଋତୁରାଜ ଗାଏକୱାଡ, ଶିଖର ଧାୱନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଦୀପକ ହୁଡ୍ଡା, ରିଷଭ ପନ୍ତ (ୱିକେଟ୍‌ କିପର), ଦୀପକ ଚହର, ଶାର୍ଦ୍ଦୁୁଳ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଅଭେଶ ଖାନ ।