ନାଇରୋବି : କାହା ଦେହରେ ଗୁଳି ବାଜିଛି ତ ଆଉ କାହା ହାତ-ଗୋଡ଼ ବନ୍ଧା ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁଦାନ ଅଞ୍ଚଳରେ । ଇଥୋପିଆର ଟିଗାର ଅଞ୍ଚଳ ସହିତ ଲାଗିଥିବା ଯୁଦ୍ଧ କାରଣରୁ ଏହି ମୃତଦେହ ଫୋପାଡ଼ି ଦିଆଯାଉଛି । ଅଥବା ସେମାନଙ୍କ ହାତ ଗୋଡ଼ ବାନ୍ଧି ନଦୀରେ ଭସାଇ ଦିଆଯାଉଛି ଗତ ସପ୍ତାହରୁ ଏପରି ମୃତଦେହ ନଦୀରେ ଦେଖିବାକୁ ମିଳୁଛି । ଆଧିକାରୀକ ସ୍ତରରେ ଏଥିପାଇଁ ଫରେନ୍ସିକ ତଦନ୍ତ ଆବଶ୍ୟକ ବୋଲି କୁହାଯାଇଛି । ଯାହାକି ମୃତଦେହ ଗୁଡ଼ିକ କେଉଁଠୁ ଆସୁଛି ଏବଂ କଣ ପାଇଁ ନଦୀରେ ଭସାଇ ଦିଆଯାଉଛି ବା ଫୋପଡ଼ା ଯାଉଛି ସେ ବିଷୟରେ ଜାଣିହେବ । ଇଥୋପିଆନର ଦୁଇ ଜଣ ସ୍ୱାସ୍ଥ୍ୟକର୍ମୀ ସୁଦାନ ବର୍ଡରରେ ଥିବା ଗୋଷ୍ଠୀ କେନ୍ଦ୍ରରୁ ନିଶ୍ଚିତ କରିଛନ୍ତି ଯେ, ଏହି ମୃତଦେହ ଗୁଡ଼ିକ ସେଟିଟ ନଦୀରୁ ମିଳିଛି । ଏହି ନଦୀ ସୀମା ବିବାଦ ଥିବା ବିଭିନ୍ନ ଅଞ୍ଚଳ ଦେଇ ପ୍ରବାହିତ ହେଉଛି । ଯାହା ଫଳରେ ସେନା ସହ ଯୁଦ୍ଧ ସମୟରେ ଏପରି ମୃତଦେହ ଗୁଡ଼ିକୁ ଭସାଇ ଦିଆଯାଉଥିବା କୁହାଯାଉଛି ।