ମୁମ୍ବାଇ: ଏନସିବି ଡ୍ରଗ୍ସ ମାମଲାରେ ଏନସିବି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛି । ଯାହାକୁ ନେଇ ପରବର୍ତ୍ତୀ ଶୁଣାଣି ଜୁଲାଇ ୧୨ରେ ହେବ । କିନ୍ତୁ କୋର୍ଟ ରିୟାଙ୍କ ବିରୋଧରେ ମାମଲା ରୁଜୁ କରିନାହାଁନ୍ତି । ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଅତୁଲ ସରପାଣ୍ଡେ କହିଛନ୍ତି, ତାଙ୍କ ତରଫରୁ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସେହି ଅଭିଯୋଗକୁ ସମର୍ଥନ କରାଯାଇଛି । ଯାହାର ଉଲ୍ଲେଖ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ କରାଯାଇଥିଲା । ରିୟା ଏବଂ ଶୋଭିକଙ୍କ ବିରୋଧରେ ଡ୍ରଗ୍ସ ବ୍ୟବହାର ତଥା ସ୍ୱର୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଏହିପରି ପଦାର୍ଥ ଯୋଗାଉଥିବା ଅଭିଯୋଗକୁ ଅଦାଲତକୁ ଅନୁରୋଧ କରିଛନ୍ତି । ଅତୁଲ କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ଚାର୍ଜସିଟ ଦାଖଲ କରିବା ଉଚିତ, କିନ୍ତୁ ଏହା ହୋଇପାରିବ ନାହିଁ କାରଣ କିଛି ଅଭିଯୁକ୍ତ ଡିସଚାର୍ଜ ପାଇଁ ଆବେଦନ କରିଛନ୍ତି । ଅଦାଲତ କହିଛନ୍ତି ଡିସଚାର୍ଜ ଆବେଦନ ଉପରେ ନିଷ୍ପତ୍ତି ପରେ ହିଁ ଅଭିଯୋଗ କରାଯିବ ।