ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଘୋମାଘୋଟ ଯୁଦ୍ଧ ଥମିବାର ନା ନେଉନାହିଁ । ରୁଷ ମିସାଇଲ ମାଡରେ ୟୁକ୍ରେନର ଅନେକ ସହର ଧ୍ୱଂସ ହେବା ଛାରଖାର ହୋଇଛି । ଏହି ଆକ୍ରମଣରେ ୟୁକ୍ରେନ ସହରରୁ ଛାତିଥରା ଦୃଶ୍ୟ ବି ସାମ୍ନାକୁ ଆସୁଛି । କିନ୍ତୁ ରୁଷ ଯୁଦ୍ଧ ପ୍ରତ୍ୟାହାର କରିବାକୁ ନା ନେଉନାହିଁ । ସେହିପରି ଏହି ଯୁଦ୍ଧ ଭିତରେ ୟୁକ୍ରେନର ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି ।
ଅନ୍ୟପକ୍ଷରେ ରୁଷ ପକ୍ଷରୁ ଡୋନେଟସ୍କର କ୍ରାମଟୋରସ୍କ ରେଳ ଷ୍ଟେସନରେ ରକେଟ ମାଡ କରିଛି । ଏହି ରକେଟ ମାଡରେ ପ୍ରାୟ ମିସାଇଲ ଆକ୍ରମଣରେ ପ୍ରାୟ ୟୁକ୍ରେନର ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବାସହ ଶତାଧିକ ଆହତ ହୋଇଛନ୍ତି । ପ୍ରକାଶ ଯେ, ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲଢେଇ ଦିନକୁ ଦିନ ଭୟଙ୍କର ସ୍ଥିତି ଆଡକୁ ଗତି କରୁଥିବା ଜଣାପଡିଛି ।