ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରୁ ବାଦ୍‌ ପଡିଲେ ରୋହିତ

ମୁମ୍ୱାଇ : ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରୁ ବାଦ୍‌ ପଡିଲେ ଉପ-ଅଧନାୟକ ରୋହିତ ଶର୍ମା । ଆହତ ସମସ୍ୟା କାରଣରୁ ଏହି ସିରିଜ୍‌ରୁ ବାଦ୍‌ ପଡିଛନ୍ତି । ମୁମ୍ବାଇରେ ଅଭ୍ୟାସ୍‌ ସମୟରେ ରୋହିତ ଆହତ ହୋଇଥିଲେ । ଭାରତୀୟ ଦଳ ଆସନ୍ତା ୧୬ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ।

ନୂତନ ଟେଷ୍ଟ ଉପ ଅଧିନାୟକ ରୋହିତ ଶର୍ମା ନେଟ୍ସରେ ଅଭ୍ୟାସ କରୁଥିବାବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା । ଅନ୍ୟପକ୍ଷରେ ରୋହିତଙ୍କ ବଦଳରେ ପ୍ରିୟଙ୍କ ପାଞ୍ଚାଲଙ୍କୁ ଦଳରେ ସାମିଲ୍‌ କରାଯାଇଛି । ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡିସେମ୍ବର ୨୬ରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ ।