ମଞ୍ଚେଷ୍ଟର ୟୁନାଇଟେଡ କ୍ଲବ ଛାଡବେ ରୋନାଲ୍ଡୋ!
ଏପରିକି ଆସନ୍ତା ଚାମ୍ପିୟନ୍ସ ଲିଗ ପାଇଁ ମଧ୍ୟ ଦଳ ଯୋଗ୍ୟତା ହାସଲ କରିପାରିନାହିଁ…
ନୂଆଦିଲ୍ଲୀ : ଭେଟେରାନ ଫୁଟବଲର ତଥା ମଞ୍ଚେଷ୍ଟର ୟୁନାଇଟେଡର କ୍ରିଷ୍ଟିଆନୋ ରୋନାଲ୍ଡୋ କ୍ଲବ ଛାଡିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଚାମ୍ପିୟନ୍ସ ଲିଗକୁ ଫୋକସ କରିବାକୁ ବିଶ୍ୱର ଅନ୍ୟତମ ବ୍ରାଣ୍ଡ ଟିମ ମଞ୍ଚେଷ୍ଟର ୟୁନାଇଟେଡକୁ ଅଲବିଦା କହିବାକୁ ଚାହୁଁଛନ୍ତି ରୋନାଲଡୋ । ଏ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବଡ କଥା ହେଉଛି ଚଳିତ ବର୍ଷ ମଞ୍ଚେଷ୍ଟର ୟୁନାଇଟେଡ ଖରାପ ଫର୍ମ ଦେଇ ଗତି କରୁଛି । ଦଳଗତ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏପରିକି ଆସନ୍ତା ଚାମ୍ପିୟନ୍ସ ଲିଗ ପାଇଁ ମଧ୍ୟ ଦଳ ଯୋଗ୍ୟତା ହାସଲ କରିପାରିନାହିଁ । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ରୋନାଲ୍ଡୋ ।
ମଞ୍ଚେଷ୍ଟର ୟୁନାଇଟେଡର ମ୍ୟାନେଜର କହିଛନ୍ତି, ପ୍ରିମିୟର ଲିଗରେ ପାଦ ଦେବାକୁ ରୋନାଲ୍ଡୋ ଇଚ୍ଛା ପ୍ରକାଶ କରିଛନ୍ତି । ଏ ନେଇ ସେ ଯୋଜନା ମଧ୍ୟ କରିଛନ୍ତି । ପର୍ତ୍ତୃଗାଲର ଅଧିନାୟକ ତଥା ଷ୍ଟାର ଷ୍ଟ୍ରାଇର୍କ କ୍ରୀଷ୍ଟିଆନୋ ରୋନାଲ୍ଡୋ ୟୁରୋପିଆନ ଫୁଟବଲର ଯେକୌଣସି କ୍ଲବକୁ ଯାଇ ଆହୁରି ଦମଦାର ପ୍ରଦର୍ଶନ ଜାରି ରଖିପାରିବେ ।