ଆଇପିଏଲ୍ ନିଲାମୀ ପୂର୍ବରୁ ରାୟ ଓ ଜେମ୍ସ ଭିନ୍ସଙ୍କ ରୋମାଞ୍ଚକର ବ୍ୟାଟିଂ

ନୂଆଦିଲ୍ଲୀ: ପାକିସ୍ତାନ ସୁପର ଲିଗ୍ (ପିଏସ୍‌ଏଲ୍‌)ରେ ରୋମାଞ୍ଚକର ମୁକାବିଲା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ୧୫ତମ ମୁକାବିଲାରେ କ୍ୱେଟା ଗ୍ଲେଡିଏଟ୍‌ସ ସୋମବାର ଲାହୋର କଲନ୍ଦର୍ସକୁ ୭ ୱିକେଟ୍‌ରେ ପରାସ୍ତ କରିଛି । କ୍ୱେଟାକୁ ୨୦୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା, ଯାହାକୁ କି ଦଳ ୩ଟି ବଲ୍ ବାକି ଥାଇ ହାସଲ କରିଥିଲା । କ୍ୱେଟାର ବିଜୟୀ ନାୟକ ଥିଲେ ଇଂରାଜୀ ବ୍ୟାଟ୍ସମ୍ୟାନ୍ ଜସନ ରାୟ । ସେ ୫୭ଟି ବଲ ଖେଳି ୧୧୬ ରନ୍ କରିଥିଲେ । ଏଥିରେ ୧୧ଟି ଚୌକା ଓ ୮ଟି ଛକା ସାମିଲ ଥିଲା । ରାୟ ଓ ଜେମ୍ସ ଭିନ୍ସଙ୍କ ସହିତ ଦ୍ୱିତୀୟ ୱିକେଟ ପାଇଁ ୯୬ ରନ୍‌ର ଭାଗିଦାରୀ ହୋଇଥିଲେ ।

ସୂଚନାଯୋଗ୍ୟ, ବହୁପ୍ରତିକ୍ଷୀତ ଆଇପିଏଲ୍‌-୨୦୨୨ ପାଇଁ ଆସନ୍ତା ୧୨ ଓ ୧୩ ତାରିଖରେ ବାଙ୍ଗାଲୁରୁ ଠାରେ ନିଲାମୀ ହେବ । ଏହି କ୍ରମରେ ଆଇପିଏଲ୍‌ର ଦଳଗୁଡ଼ିକ ଜସନ ରାୟଙ୍କ ଉପରେ ନଜର ରଖିବେ ବୋଲି ଆଶା କରାଯାଉଛି ।