ପୁଷ୍ପା ଅଭିନେତାଙ୍କୁ ୧୦୦ କୋଟିର ଅଫର

ଚେନ୍ନାଇ: ସାଉଥର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ବକ୍ସ ଅଫିସ୍‌ରେ ଜବରଦସ୍ତ କଲେକ୍ସନ କରି ସବୁ ରେକର୍ଡ ଭାଙ୍ଗିଛି । ଅଲ୍ଲୁଙ୍କୁ ବର୍ତ୍ତମାନ ଫିଲ୍ମରେ ନେବା ପାଇଁ ଏବେ ପ୍ରଡ୍ୟୁସରଙ୍କ ଲମ୍ବା ଲାଇନ୍‌ ଲାଗୁଛି । ଅନ୍ୟପକ୍ଷରେ ପେନ ଇଣ୍ଡିଆ ପ୍ରୋଜେକ୍ଟର ଏହି ହାଇ ବଜେଟ ଫିଲ୍ମ ପାଇଁ କେବଳ ଅଲ୍ଲୁଙ୍କୁ ୧୦୦ କୋଟି ଟଙ୍କା ଅଫର କରାଯାଇଥିବା ସୂଚନା ମିଳିଛି ।