ଦିଲ୍ଲୀରେ ପ୍ରତ୍ୟାହାର ହେଲା କର୍ଫ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁକୁ ପ୍ରତ୍ୟାହାର କରିନେଇଛନ୍ତି ସରକାର । ବର୍ତ୍ତମାନ ଦିଲ୍ଲୀରେ ଏବେ ସବୁଦିନ ଖୋଲିବ ମାର୍କେଟ୍‌ । ସେହିପରି ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଖୋଲିବାକୁ ନିର୍ଦ୍ଦେଶ ଲାଗୁ ହୋଇଛି । ମାର୍କେଟ, ରେଷ୍ଟୁରାଣ୍ଟରେ ମଧ୍ୟ ୫୦ ପ୍ରତିଶତ ସହ ଖୋଲିବା ସହ ବିବାହ କାର୍ଯ୍ୟକ୍ରମରେ ୨୦୦ ଲୋକ ଯୋଗ ଦେଇପାରିବେ ।