ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତକୁ ନେଇ ବଲିଉଡ଼ରେ ଚର୍ଚ୍ଚା ଚାଲିଛ । ବଲିଉଡ଼ ଅଭିନେତ୍ରୀ ସିମି ଗ୍ରେୱାଲ କହିଛନ୍ତି ଯେ ରାହୁଲ ଗାନ୍ଧୀ ନିଜର ପାର୍ଟିର ନେତାଙ୍କୁ ସାକ୍ଷାତ କରୁନାହାନ୍ତି । ତାଙ୍କର ପ୍ରାଥମିକତା ସଂପୂର୍ଣ୍ଣ ଭିନ୍ନ । ସିମି କହିଛନ୍ତି ରାହୁଲ ଗାନ୍ଧୀ ଜଣେ ବିଶିଷ୍ଟ ନେତା ହୋଇଥିବାବେଳେ ପ୍ରତିମାସ ବିଦେଶକୁ ଚାଲିଯାଉଛନ୍ତି । ସେ ଭାରତରେ ପାର୍ଟିର ଲୋକମାନଙ୍କୁ ସାକ୍ଷାତ କରିବାକୁ ମନା କାହିଁକି କରୁଛନ୍ତି ତାହାର କାରଣ ଜଣାପଡ଼ୁନାହିଁ । ଗ୍ରେୱାଲ ଲେଖିଛନ୍ତି ଅନେକ ଲୋକଙ୍କୁ ଜାଣିଛି ଯେଉଁମାନେ ତାଙ୍କୁ ସାକ୍ଷାତ ଲାଗି ମାସମାସ ଧରି ଅନୁରୋଧ କରୁଥିଲେ ମଧ୍ୟ କୌଣସି ଫାଇଦା ହେଉନାହିଁ । ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତି ଏବଂ ହାବଭାବକୁ ଦେଖିକରି ଲାଗୁନାହିଁ ଯେ ଏହା ବିଜୟର ରଣନୀତି ଏବଂ ଲୋକମାନେ ଏବେ ମଧ୍ୟ ତାଙ୍କ ଉପରେ ଆଶା ରଖି ବସିଛନ୍ତି ।