ମସ୍କୋ: ରୁଷରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ କରୋନା ସଂକ୍ରମଣରେ ୮୦୮ ଜଣ ଜୀବନ ହରାଇଛନ୍ତି । ଏହା ସହ ଗୋଟିଏ ଦିନରେ ୨୧ ହଜାରରୁ ଉଦ୍ଧ୍ୱର୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୨୯୪ ମାମଲା କେବଳ ରାଜଧାନୀ ମସ୍କୋରୁ ମିଳିଛି । ଜୁଲାଇରେ କରୋନା ପିକରେ ପହଞ୍ଚିବା ପରେ ଏବେ ଧିରେ ଧିରେ କରୋନା କମୁଥିବା କୁହାଯାଉଛି । କିନ୍ତୁ ଦେଶରେ କରୋନାର ନୂଆ ମାମଲା ପାଇଁ ବିଶେଷଜ୍ଞମାନେ କରୋନାର ଡେଲଟା ଭାରିଏଣ୍ଟ ଏବଂ ଧିମା ଟିକାକରଣକୁ ଦାୟୀ କରିଛନ୍ତି ।