ନିଆଁ ଲିଭା କାର୍ଯ୍ୟରେ ଥିବା ନିୟୋଜିତ ଯୁଦ୍ଧ ବିମାନ କ୍ରାସ୍‌: ୮ ମୃତ

ମୋସ୍କା : ତୁର୍କୀର ଏକ ସହରରେ ରୁଷ୍‌ର ଏହି ଯୁଦ୍ଧବିମାନଟି ଦୁର୍ଘଟଣା ହୋଇଛ । ଯେଉଁଥିରେ ୮ଜଣ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି । ଏନେଇ ରୁଷ ପ୍ରତିରକ୍ଷା ବିଭାଗ ପକ୍ଷରୁ ବିମାନ ଦୁର୍ଘଟଣା ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, ରୁଷ୍‌ର ବି-୨୦୦ ବିମାନଟି ୮ଜଣ ବିମାନ କର୍ମଚାରୀଙ୍କୁ ନେଇ ତୁର୍କୀ ଅଭିମୁଖେ ଉଡ଼ାଣ ଭରିଥିଲେ । କିନ୍ତୁ ବିମାନଟି ତୁର୍କୀର ଦକ୍ଷିଣପ୍ରାନ୍ତରେ ଥିବା ଆଡାନା ସହର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଥିଲା । ୮ଜଣ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏହି ବିମାନଟି ନିଆଁ ଲିଭା କାର୍ଯ୍ୟ ନିୟୋଜିତ କରାଯାଇଥାଏ । ଗତ ଜୁଲାଇ ମାସରୁ ବିମାନଟି ତୁର୍କୀରେ ନିଆଁ ଲିଭା କାର୍ଯ୍ୟ ନିୟୋଜତି ଥିଲା ।