ୟୁକ୍ରେନର ଖାର୍କିଭ ସହରରେ ଥିବା ଗ୍ୟାସ ପାଇପଲାଇନ ଉଡାଇଲା ରୁଷ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ରୁଷ ସୈନମାନେ ୟୁକେନର ରାଜଧାନୀ କିଭ ଅଭିମୁଖେ ବଢୁଛି । ଅନ୍ୟପକ୍ଷରେ ରୁଷ ସୈନ ସେନା ୟୁକ୍ରେନରେ  ଥିବା ଦ୍ୱିତୀୟ ବଡ଼ ସହର ଖାର୍କିଭରେ ଏକ ଗ୍ୟାସ ପାଇପଲାଇନ ଉଡାଇ ଦେଇଛନ୍ତି । କିଭ୍‌ ଉପରେ କବଜା କରିବା ପାଇଁ ରୁଷ ସେନା ଚାରିପଟୁ ଘେରି ଆକ୍ରମଣ କରୁଛନ୍ତି । ସେହିପରି ରୁଷ ଆକ୍ରମଣରେ ୧୦ ଜଣ ଗ୍ରୀସ ନାଗରିକଙ୍କ ଜୀବନ ଯାଇଛି ।

ଏନେଇ ଗ୍ରୀସ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଚିନ୍ତା ପ୍ରକଟ କରିଛନ୍ତି । ଅନ୍ୟପକ୍ଷରେ ୟୁକ୍ରେନକୁ ସାହାର୍ଯ୍ୟ କରିବାକୁ ଜର୍ମାନୀ ଆଗେଇ ଆସିଥିବା ଜଣାପଡିଛି । ଜର୍ମାନୀ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ବୋଲି ଘୋଷଣା କରିଛି । ଜର୍ମାନୀ ଚାନ୍ସସେଲର କହିଛନ୍ତି ଯେ ଏକ ହଜାର ଆଣ୍ଟି ଟ୍ୟାଙ୍କ ଏବଂ ଅନ୍ୟାନ୍ୟ  ଏୟାର ମିଶାଇଲ୍‌ ୟୁକ୍ରେନକୁ ତୁରନ୍ତ ଯୋଗାଇ ଦିଆଯିବ