ବାଇଡେନଙ୍କ ପତ୍ନୀ ଓ ଝିଅଙ୍କ ଉପରେ କଟକଣା ଲଗାଇଲା ରୁଷ
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଏବଂ ଝିଅଙ୍କ ସମେତ ୨୩ ଜଣ ଆମେରିକୀୟଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ରୁଷ…
ମସ୍କୋ: ଅନେକ ମାସ ଧରି ଜାରି ୟୁକ୍ରେନ ଯୁଦ୍ଧ ମଧ୍ୟରେ ବଡ ପଦକ୍ଷେପ ଉଠାଇଛି ରୁଷ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଏବଂ ଝିଅଙ୍କ ସମେତ ୨୩ ଜଣ ଆମେରିକୀୟଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ରୁଷ । ରୁଷ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଏ ସଂପର୍କରେ ସୂଚନା ଦିଆଯାଇଛି । ସଂପ୍ରତି ରୁଷ ବିରୋଧରେ ସମଗ୍ର ଦୁନିଆରେ କଟକଣା ବଢିବାରେ ଲାଗିଛି । ଏଥିରେ ପ୍ରତିକ୍ରିୟାଶୀଳ ପ୍ରକାଶ କରି ରୁଷ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଏବଂ ଝିଅଙ୍କ ରୁଷରେ ପ୍ରବେଶ ଉପରେ କଟକଣା ଲଗାଇଛି । ବାଇଡେନଙ୍କ ପତ୍ନୀ ଜିଲ ଏବଂ ଝିଅ ଏସଲେଙ୍କ ସହିତ ଦେଶର ‘ଷ୍ଟପ ଲିଷ୍ଟ’ରେ ୨୫ ଜଣଙ୍କ ନାମରେ ଯୋଡି ହୋଇଯାଇଛି । ରୁଷ ଚାରି ଆମେରିକୀୟ ସାଂସଦଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଇଛି । ଏହା ପୂର୍ବରୁ ଆମେରିକା ରୁଷର ଅନେକ ବ୍ୟବସାୟୀ, ରାଜନେତାଙ୍କ ସହିତ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଝିଅ ଉପରେ କଟକଣା ଲଗାଇଥିଲା ।