ଆମେରିକା ଉପରେ ରୁଷ ଲାଗୁକଲା କଟକଣା

ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଲଢେଇ ଜାରି ରହିଛି । ଏହି ଲଢେଇରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ସହ ଅନେକ ଲୋକଙ୍କର ମୃତ୍ୟୁବରଣ ହୋଇଛି । ସେହିପରି ଉଭୟଙ୍କ ମଧ୍ୟରେ ଚାରିଥର ଆଲୋଚନା ହୋଇଥିଲେ କୌଣସି ସୁଫଳ ମିଳିପାରୁନାହିଁ । ସେହିପରି ୟୁକ୍ରେନ ଉପରେ ଆକ୍ରମଣ ପରେ ଆମେରିକା ସହ ପାଶ୍ଚାତ୍ୟ ରାଷ୍ଟ୍ର ମଧ୍ୟ ରୁଷ ଉପରେ କଡା କଟକଣା ଲଗାଇଛନ୍ତି

। କିନ୍ତୁ ରୁଷ ଏବେ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରୁଷ ମଧ୍ୟ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ହିଲେରୀ କ୍ଲିଣ୍ଟନଙ୍କ ସହ ଆମେରିକାର ଅନେକ ଶୀର୍ଷ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରିଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବୟାନକୁ ଆଧାର କରି କହିଛି ଯେ, ରୁଷ ଆମେରିକା ରାଷ୍ଟ୍ରପତି, ପୂର୍ବତନ ବିଦେଶ ମନ୍ତ୍ରୀ ହେଲେରୀ କ୍ଲିଣ୍ଟନ ଏବଂ ଅନ୍ୟ ଶୀର୍ଷ ଆମେରିକୀୟ ସରକାରୀ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ଅନ୍ୟପକ୍ଷରେ ରୁଷର ଏହି ପଦକ୍ଷେପ ପରେ ଆମେରିକା ମଧ୍ୟ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ସୂଚନା ମିଳିଛି ।