ୟୁକେ ଉପରେ କଟକଣା ଜାରି କଲା ରୁଷ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଲଢେଇ ଜାରି ରହିଛି । ୟୁକ୍ରେନ ଉପରେ ରୁଷର ମିସାଇଲ ମାଡରେ ଅନେକ ସହର ଛାରଖାର ହୋଇଗଲାଣି । ଅନ୍ୟପକ୍ଷରେ ରୁଷ ଏହି ଆକ୍ରମଣ ଅନେକ ଦେଶ ପୁଟିନଙ୍କୁ ସମାଲୋଚନା କରିବା ସହ ଅନେକ କଟକଣା ଲଗାଇଛନ୍ତି । ଏହା ମଧ୍ୟରେ ରୁଷ ବ୍ରିଟେନ ଉପରେ ଏକ କଡା କଟକଣା ଲଗାଇଛନ୍ତି ।

ରୁଷର ବେସାମରିକ କର୍ତ୍ତୃପକ୍ଷ ୟୁକେର ବିମାନ ଗୁଡିକୁ ନିଜ ଦେଶରେ ବ୍ୟାନ କରିଦେଇଛନ୍ତି । କାରଣ ୟୁକେ ଫ୍ଲାଇଟଗୁଡିକୁ ରୁଷ ଏୟାର ସ୍ପେଶରେ ବ୍ୟାନ କରାଯାଇଛି । ରୁଷର ବେସାମରିକ କର୍ତ୍ତୃପକ୍ଷ କହିଛନ୍ତି ଯେ ୟୁକେରୁ ରୁଷ ଅଭିମୁଖେ ଚଳାଚଳ କରୁଥିବା ସସସ୍ତ ପ୍ରକାର ବିମାନ ଉପରେ ରୋକ୍‌ ଲଗାଯାଇଛି । ଅନ୍ୟପକ୍ଷରେ ବ୍ରିଟେନ କହିଛନ୍ତି ଯେ, ଏହା ଏକ ବନ୍ଧୁ ସମ୍ପର୍କ ଛିନ୍ନ କରିବା ଭଳି ନିଷ୍ପତ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଆମେରିକା ସମେତ ଅନେକ ୟୁରୋପୀୟ ଦେଶ ରୁଷ ଉପରେ ଅନେକ ପ୍ରତିବନ୍ଧକ ଲଗାଇ ସାରିଛନ୍ତି ।