ମାରିଓପୋଲକୁ ଅକ୍ତିଆର କରିବାକୁ ରୁଷର ଜୋରଦାର ଆକ୍ରମଣ

ୟୁକ୍ରେନ-ରୁଷ ମଧ୍ୟରେ ଜାରି ରହିଛଇ ଘୋମାଘୋଟ ଯୁଦ୍ଧ

ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଜାରି ରହିଛଇ ଘୋମାଘୋଟ ଯୁଦ୍ଧ । ୟୁକ୍ରେନର ଅନେକ ସହର ଧ୍ୱଂସସ୍ତୂପରେ ପରିଣତ ହୋଇଗଲାଣି । ସେଥିରେ ରହିଛି ମାରିଓପୋଲ ସହର । ଏହି ସହରକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବାକୁ ରୁଷ ଲଢେଇ ଜାରି ରଖିଛି । ମାରିଓପୋଲର ପ୍ରଶାସନ ଅନୁସାରେ ଷ୍ଟିପ୍ପାଣ୍ଟର ଭୂତଳ ବଙ୍କରରେ ସେନାଙ୍କ ସହ ପ୍ରାୟ ୨୦୦ ସାଧାରଣ ନାଗରିକ ଲୁଚି ରହିଛନ୍ତି । ମିଳିତ ଜାତିସଂଘର ହସ୍ତକ୍ଷେପ ସତ୍ତେ୍ୱ ୟୁକ୍ରେନରେ ଫସି ରହିଥିବା ନିଜ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିନାହିଁ । ତେବେ ମାରିଓପୋଲ ରଣନୈତିକ ଦୃଷ୍ଟିରୁ ରୁଷିଆ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି ସହରକୁ ସମ୍ପୂର୍ଣ୍ଣ କବଜା କରିବାକୁ ରୁଷ ସେନା ସଂଘର୍ଷ ଜାରି ରଖିଛନ୍ତି ।