ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ୧୯ ଦିନ ହେଲା ଘୋମାଘୋଟ ଯୁଦ୍ଧ ଜାରି ରହିଛି । ରୁଷ ସେନାର ଆକ୍ରମଣରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହୋଇଗଲାଣି । ଅନ୍ୟପଟେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବାରୁ ଅନେକ ଦେଶ ମସ୍କୋ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେହିପରି ରୁଷ ଆକ୍ରମଣରେ ଶହ ଶହ ଲୋକଙ୍କ ଜୀବନ ଗଲାଣି । ଅନ୍ୟପକ୍ଷରେ ୟୁକ୍ରେନ ସହ ଜାରି ରହିଥିବା ଲଢେଇ ମଧ୍ୟରେ ମସ୍କୋ କ୍ରମାଗତ ଭାବେ ସୋସିଆଲ ମିଡିଆ ଉପରେ ରୋକ ଲଗାଉଛି । ସେହିପରି ରୁଷ ମଧ୍ୟ ଇନଷ୍ଟାଗ୍ରାମ ଉପରେ ରୋକ ଲଗାଇଛି । ସୂଚନାଯୋଗ୍ୟ ଯେ, ରୁଷୀୟ ସୈନିକଙ୍କ ବିରୋଧରେ ହିଂସା ବଢାଇବା ପାଇଁ ଏହାର ବ୍ୟବହାର କରାଯାଉଥିବାର ଅଭିଯୋଗ ଲଗାଇ ରୁଷ ଇନଷ୍ଟାଗ୍ରାମକୁ ବ୍ଲକ କରିଦେଇଛି । ଏହାପୂର୍ବରୁ ମଧ୍ୟ ଫେସବୁକ ଓ ଟ୍ୱିଟର ଉପରେ ରୋକ ଲଗାଇଥିଲା ରୁଷ ।